ଓଡିଶାରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ : ପୁଣି ହେବ ଆଂଟିବଡି ଟେଷ୍ଟ ।

0 209
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର:୨୪-୦୬ : ପୁଣି ହେବ ଆଂଟିବଡି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡିଶାରେ ପହଂଚିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଏହି କିଟ୍ ଆରଏମଆରସିରେ ପହଂଚିବ ।

ତେବେ ଏଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଘରକୁ ଘର ହେଉଥିବା ସର୍ଭେରେ ଆଂଟିବଡି ଟେଷ୍ଟ କିଟ୍ ବ୍ୟବହାର କରାଯିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ତେବେ ଆସନ୍ତାକାଲି ଓଡିଶାରେ କିଭଳି ଟେଷ୍ଟିଂ କରାଯିବ ସେନେଇ ଏକ ଯୋଜନା ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ଏବେ ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ବହୁ କୋଭିଡ-ଯୋଦ୍ଧା ଅଛନ୍ତି । ତେଣୁ ଅଧିକ ସତର୍କ ହେବାକୁ ପଡିବ ବୋଲି ଅଜୟ ପରିଡା କହିଛନ୍ତି ।

Leave A Reply

Your email address will not be published.

two × one =

error: Content is protected !!
Open chat