କୁପାରୀ: ଶାରୀଶୁଆ ପାହାଡ଼ ନିକଟସ୍ଥ କପିଳଝର ବନ୍ଧ-ନଟା ଜଳପ୍ରପାତରୁ ପଥର ଖସି ଛାତ୍ରର ମୃତ

0 456
greentech

ଖଇରା,(ଅନିଲ କୁମାର ପଣ୍ଡା/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୧୦: ଜଳପ୍ରପାତରୁ ପଥର ଖସି ଛାତ୍ରର ମୃତ୍ୟୁ ! ! ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖଇରା ଥାନା କୁପାରୀ ଶାରୀଶୁଆ ପାହାଡ଼ରେ ଥିବା କପିଳଝର ବନ୍ଧ ନଟା ଜଳପ୍ରପାତରେ। ଘଟଣାରୁ ପ୍ରକାଶ ଖଇରା ବ୍ଲକ ଅଧିନ ଅନ୍ତରା ଗ୍ରାମର କିଶୋର ଶୁକ୍ଳଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଶୁକ୍ଳ(୧୫)ଆଜି ଅପରାହ୍ନରେ ନିଜ ସଂର୍କୀୟ ସାଙ୍ଗରେ କୁପାରୀ ଶାରୀଶୁଆ ପାହାଡ଼ରେ ଥିବା ଜଳପ୍ରପାତକୁ ବୋଲିବାକୁ ଆସିଥିଲେ। ସେଠାରେ ପୂର୍ଣ୍ଣଚନ୍ଦ୍ର ପାହାଡ଼ ଚଢି ଦେଖୁଥିବା ସମୟରେ ତାଙ୍କ ମୁଣ୍ଡ ଉପରେ ହଠାତ ଉପରୁ ଏକ ପଥର ଖସି ପଡ଼ିଥିଲା। ଫଳରେ ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡ ଫାଟିଯାଇଥିଲା।ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ବାଇକ ଯୋଗେ ଖଇରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖଇରା ଥାନାର ଏସ୍ ଆଇ ସୁଜାତା ମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମୃତ ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡିଛି। ଏହି ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଶାସନର ଏଭଳି ଦାୟିତ୍ୱ ହୀନତା ପାଇଁ ଏଭଳି ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

18 − seven =

error: Content is protected !!
Open chat