କୃଷି ଆଇନକୁ ବିରୋଧ: ଆଖି ବୁଜିଲେ ଆଦିବାସୀ ମହିଳା କୃଷକ ନେତ୍ରୀ

0 336
greentech

ବର୍ଡରରେ ଜାନୁୟାରୀ ୧୬ରୁ କୃଷି ଆଇନ ବିରୋଧରେ ଧାରଣା ଦେଇଥିବା ଜଣେ ମହିଳା ଚାଷୀ ନେତ୍ରୀଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି ମହାରାଷ୍ଟ୍ରର ନନ୍ଦୁରବାର ଜିଲା ଅନ୍ତର୍ଗତ ଆମ୍ବାବାରୀ ଗ୍ରାମର ସୀତାବାଇ ରାମଦାସ ତଡବୀ(୫୬)। ଅତ୍ୟଧିକ ଥଣ୍ଡା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୀତାବାଇଙ୍କ ମୃତ୍ୟୁ ପରେ ବର୍ଡରରେ ମିଳିତ କୃଷକ ମଞ୍ଚ ତରଫରୁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମିଳିତ ମଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୀତାବାଇ ମହାରାଷ୍ଟ୍ରର ଲୋକ ସଂଘର୍ଷ ମଞ୍ଚ ସହିତ ମିଶି ଗତ ୨୫ ବର୍ଷ ଧରି କୃଷକମାନଙ୍କ ପାଇଁ ଲଢ଼େଇ ଜାରି ରଖିଥିଲେ।

କେବଳ ଏତିକି ନୁହେଁ, ସୀତାବଇ ୧ ମାସ ୮ଦିନ ସତ୍ୟାଗ୍ରହ କରି ଜେଲ୍‌ ବି ଯାଇସାରିଛନ୍ତି। ତାଙ୍କ ପୂରା ପରିବାର ଆନ୍ଦୋଳନର ଅଂଶ ରହିଆସିଛନ୍ତି। ସୀତାବାଇ ଗତ ୧୬ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଡା ବର୍ଡରରେ ଆନ୍ଦୋଳନର ନେତୃତ୍ବ ନେଉଥିଲେ। ପ୍ରବଳ ଥଣ୍ଡା ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଜୟପୁରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସୀତାବାଇ ତଡବୀ ଆଦିବାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

nineteen − eleven =

error: Content is protected !!
Open chat