ଖୁବଶିଘ୍ର ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ: ଆଶାୟୀ ଅଛନ୍ତି ବହୁ ଟାଣୁଆ ନେତା

0 259
greentech

ଭୁବନେଶ୍ବର୨୬/୬: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ, ବଦଳି ପାରେ ପିସିସି ଚୌକି, ରେସ୍‌ରେ ଅଛନ୍ତି ବହୁ ଟାଣୁଆ ନେତା । ଖୁବଶିଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି। କାରଣ ଜୁଲାଇ ମାସରେ ଏଆଇସିସିର ପୁନଃଗଠନ ହେବ। ସୋନିଆ ଗାନ୍ଧୀ ଦାୟୀତ୍ବ ନେବା ପରଠାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଟିମ୍ ଗଠନ କରିନାହାଁନ୍ତି । ରାଜ୍ୟ କଂଗ୍ରେସରେ ହୋଇପାରେ ବଡ ପରିବର୍ତ୍ତନ । ତେଣୁ ସୋନିଆ ତାଙ୍କ ଟିମ୍ ଗଠନ କଲେ ଏଆଇସିସିରେ ପୂରା ଅମୂଳ ଚୂଳ ପରିବର୍ତ୍ତନ ହେବ। ଆଶାୟୀ ପ୍ରାର୍ଥୀମାନେ ସମର୍ଥନ ପାଇଁ ଘର ଘର ବୁଲିଲେଣି। ପିସିସି ସଭାପତି ଦୌଡରେ ଅଛନ୍ତି ଦୁଇ ଜଣ ବିଧାୟକତାରା ପ୍ରସାଦ ବାହିନୀପତି ଏବଂ ମହମ୍ମଦ ମୋକିମ, ଏଆଇସିସି ଦୁଇଜଣ ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଏବଂ ଶରତ ରାଉତ। କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ । ଏମାନେ ସମସ୍ତେ ଏବେ ଘର ଘର ବୁଲି ସମର୍ଥନ ଜୁଟାଇବାରେ ଲାଗିଛନ୍ତି। ଏପରିକି ସେ ଟିମ୍ ପରିବର୍ତ୍ତନ କଲେ ସଙ୍ଗଠନ ସମ୍ପାଦକ ଠାରୁ ଆରମ୍ଭ କରି ପ୍ରଭାରୀ ଏବଂ ରାଜ୍ୟ ସଭାପତି ମଧ୍ୟ ପରିବର୍ତ୍ତନ ହେବେ। ଏପଟେ ପସିସି ସଭାପତି ଦେଇଥିବା ଜିଲ୍ଲା କଂଗ୍ରେସ ସଭାପତି ତାଲିକା, ସାଧରଣ ସମ୍ପାଦକ ତାଲିକା, ସମ୍ପାଦକ ତାଲିକା ବର୍ଷେ ହେଲାଣି ପକାଇ ରଖିଛନ୍ତି ଅନୁମତି ଦେଉନାହାନ୍ତି। ଯେଉଁଥିପାଇଁ ପିସିସି ସଭାପତି ତାଙ୍କ ଟିମ ଗଠନ କରିପାରୁନାହାନ୍ତି। କଂଗ୍ରେସ ହାଇକମାଣ୍ତ ବିଶ୍ବାସ ପିସିସି ସଭାପତି ଭରଷା କରିପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି।
ଏପଟେ ଏଆଇସିସି ପୁନଃଗଠନ ଆଭାସ ମିଳିବା ରାଜ୍ୟ କଂଗ୍ରେସ ଲାଗିଲାଣି ପିସିସି ସଭାପତି ପାଇଁ ଦୌଡ ଆରମ୍ଭ ହୋଇଗଲାଣି।

Leave A Reply

Your email address will not be published.

four × two =

error: Content is protected !!
Open chat