

କଳିଙ୍ଗ ଜ୍ୟୋତି ବ୍ୟୁରୋ ଗଞ୍ଜାମ ୨୬/୦୬ : ଗଞ୍ଜାମ ଜିଲାରେ ଆଉ ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି। ୫୦ ଜଣଙ୍କ ମଧ୍ୟରୁ ୩୩ ଜଣ ରୋଗୀ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଆଜି ଆସିଥିବା ପଜିଟିଭଙ୍କ ମଧ୍ୟରେ ୪ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦଆଯାଇଛି।ଏଥିସହିତ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି ପାଇଥିବାବେଳେ ୭୬୮ ଜଣ ଆରୋଗ୍ୟ ଲାଭ କରିଛନ୍ତି, ୩୧୨ ଜଣ ଆକ୍ଟିଭ୍ କେସ୍ ରହିଥିବା ସହ ୮ ଜଣଙ୍କର ମୃତ୍ୟୁ ଘଟିଛି।