ଚଳିତ ବର୍ଷ ବି ବୋଲବମ୍ ଉପରେ ଲାଗିଲା କଟକଣା, ଜଳଧରି ଯାତ୍ରା କରିପାରିବେନି କାଉଡ଼ିଆ

0 343
greentech

ଭୁବନେଶ୍ୱର ୧୩/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି । ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ । ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସି ନଥିବାର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ କାଉଡ଼ିଆମାନେ କୌଣସି ଧାର୍ମିକ ସ୍ଥାନରୁ ଜଳଧରି ଯାତ୍ର୍ରା କରିପାରିବେ ନାହିଁ । ରାସ୍ତାରେ କଳସ ଧରି ମନ୍ଦିର ଅଭିମୁଖେ ଯାଇପାରିବେ ନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ଗତବର୍ଷ କାଉଡ଼ିଆ ଯାତ୍ରାକୁ ରାଜ୍ୟ ସରକାର ବାରଣ କରିଥିଲେ । ଚଳିତ ବର୍ଷ ମଧ୍ୟ ରାଜ୍ୟରେ କୋଭିଡ-୧୯ର ୨ୟ ଲହର ରାଜ୍ୟରେ କାୟା ବିସ୍ତାର କରିଛି । ଦୈନିକ ସଂକ୍ରମଣ ଯଦିଓ ୨୦୦୦ ତରକୁ ଖସିଛି, ମୃତୁ୍ୟ ସଂଖ୍ୟା ଚିନ୍ତା ବଢ଼ାଇଛି । ସଂକ୍ରମଣ ନିୟନ୍ତ୍ରଣରେ ନଥିବାରୁ ରାଜ୍ୟ ସରକାର ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ।

ଚଳିତ ମାସ ୨୫ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ ହେବ । ଏହା ଅଗଷ୍ଟ ୨୨ରେ ଶେଷ ହେବ । ଶ୍ରାବଣ ମଳସର ପ୍ରଥମ ସୋମବାର ଜୁଲାଇ ୨୬ରେ ହେବ । ଚଳିତ ବର୍ଷ ଶ୍ରାବଣ ମାସରେ ମୋଟ ୫ଟି ସୋମବାର (ଜୁଲାଇ ୨୬, ଅଗଷ୍ଟ ୧, ୮, ୧୫ ଓ ୨୨) ପଡୁଛି । ବୋଲବମ୍ ଭକ୍ତମାନେ ସୋମବାର ଦିନ ଶିବମନ୍ଦିରରେ ଜଳାଭିଷେକ କରିବା ପୂର୍ବରୁ ଶୁକ୍ରବାର, ଶନିବାର ଓ ରବିବାର ଜଳାଶୟରୁ ପାଣି ଘେନି ଯାତ୍ରା ଆରମ୍ଭ କରିଥାନ୍ତି । କିନ୍ତୁ ବୋଲବମ୍ ଯାତ୍ରା ସମୟରେ ସାମାଜିକ ଦୂରତା ତଥା କୋଭିଡ-୧୯ କଟକଣାର ଉଲ୍ଲଂଘନ ହେବାର ସମ୍ଭାବିତ ଆଶାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.

sixteen − thirteen =

error: Content is protected !!
Open chat