ଚୀନକୁ ଆଉ ଏକ ବଡ ଅର୍ଥନୈତିକ ଓ ବ୍ୟବସାୟିକ ଧକ୍କା: ଭାରତ ପରେ ଆରବର ‘ସାଉଦୀ ଅରାମକୋ’ ରଦ୍ଦ କଲା ୧୦୦୦ କୋଟି ଡ଼ଲାରର ପେଟ୍ରୋ-କମ୍ପଲେକ୍ସ ନିର୍ମାଣ ଚୁକ୍ତି

0 315
greentech

ନୂଆଦିଲ୍ଲୀ/ବେଜିଙ୍ଗ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮: ସାଉଦୀ ଆରବର ସରକାରୀ ତୈଳ କମ୍ପାନୀ “ସାଉଦୀ ଅରାମକୋ” ଚୀନରେ ନିଜର ପ୍ରସ୍ତାବିତ ରିଫାଇନାରୀ ଓ ପେଟ୍ରୋକେମିକାଲ କମ୍ପଲେକ୍ସ ନିର୍ମାଣ ପ୍ରକଳ୍ପ ରଦ୍ଦ କରିଛି । ଏହି ପ୍ରକଳ୍ପରେ ସାଉଦୀଆରବ ୧୦୦୦ କୋଟିର ଡ଼ଲାର ନିବେଶ କରିବାର ଯୋଜନା ରଖିଥିଲା । ଅଶୋଧିତ ତୈଳ ମୂଲ୍ୟ କମ୍ ହେବା କାରଣରୁ ଏହି ପ୍ରକଳ୍ପ ରଦ୍ଦ କରାଯାଇଥିବା କୁହାଯାଉଥିଲେ ହେଁ ସାଉଦୀ ଆରବ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ଯୋଗୁଁ ଏହି ପ୍ରକଳ୍ପ ଏବେ ଡ଼ଷ୍ଟବିନକୁ ଚାଲି ଯାଇଛି ବୋଲି ଚର୍ଚା ଚାଲିଛି । ଚୀନ-ପାକିସ୍ଥାନ ସହ ଘନିଷ୍ଠ ହେବା ଓ ଇରାନରେ ନିବେଶ କରିବା ପାଇଁ  ଚୀନ ଆଗ୍ରହ ପ୍ରକାଶ ଏହାର ଅନ୍ୟତମ କାରଣ ବୋଲି ମଧ୍ୟ କିଛି ଅର୍ଥନୀତି ବିଶାରଦ ମତ ଦେଇଛନ୍ତି ।

ଅରାମକୋର ଏହି ବୁଝାମଣା ରଦ୍ଦ ହେବା ଚୀନ ନିମନ୍ତେ ବଡ଼ ଧକ୍କା ବୋଲି କୁହାଯାଉଛି । ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଅରାମକୋ ନିଜର ଚୀନ ଅଂଶୀଦାରଙ୍କ ସହ କଥାବାର୍ତା ପରେ ଚୀନର ଉତ୍ତର-ପୂର୍ବ ପ୍ରଦେଶ ଲିଓନିଙ୍ଗରେ ନିବେଶ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହି ମାମଲାରେ ଜଡିତ ଥିବା ବ୍ୟକ୍ତିମାନେ ନାମ ଗୋପନ ରଖିବା ସର୍ତ୍ତରେ ଏଜେନ୍ସିକୁ କହିଛନ୍ତି ଯେ ଏକ ଅନିଶ୍ଚିତ ବଜାର ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ହୋଇଛି। ଆରାମକୋ ଏ ବାବଦରେ ମନ୍ତବ୍ୟ ଦେବାକୁ ମନା କରି ଦେଇଛି। ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆରାମକୋ ଏହାର ପୁଞ୍ଜି ଖର୍ଚ୍ଚରେ ଏକ ପ୍ରମୁଖ ହ୍ରାସ କରିବାକୁ ଯୋଜନା କରୁଛି। ସେହିପରି ଚୀନର ନର୍ଥ ଇଣ୍ଡଷ୍ଟ୍ରିଜ ଗ୍ରୁପ୍ କର୍ପୋରେସନ (ଏନ୍ଆଇଏନକୋ) ମଧ୍ୟ ଏ କ୍ଷେତ୍ରରେ ଚୁପ ରହିଛି । ତୈଳ ଦର ହ୍ରାସ ଓ ଶକ୍ତି କ୍ଷେତ୍ରରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଅରାମକୋ ଏହି ନିଷ୍ପତ୍ତି ନେଇଥିବା ବ୍ଲୁମବର୍ଗରେ ପ୍ରକାଶ ପାଇଛି ।

କରୋନା ଯୋଗୁଁ ସାରା ବିଶ୍ୱରେ ତୈଳ ବ୍ୟବହାର ହ୍ରାସ ପାଇଛି ଓ ଲାଭ ମଧ୍ୟ କମିଛି । ଏଥିପାଇଁ ରିଫାଇନାରୀ କ୍ଷେତ୍ରକୁ ବଡ଼ ଧକ୍କା ଲାଗିଛି । ରିଫାଇନାରୀ ନିବେଶକୁ ନେଇ ବଡ଼ ପରିବର୍ତନ ଆସିଛି । ଚଳିତ ବର୍ଷ ଆରମ୍ଭରେ ଅରାମକୋ ଇଣ୍ଡୋନେସିଆର କମ୍ପାନୀ ପଟୌମିତା ସହ ପୁଞ୍ଜି ନିବେଶ ନିମନ୍ତେ ଆଗ୍ରହପ୍ରକାଶ କରିଥିଲା, ତାହା ମଧ୍ୟ ଅଧାରେ ଅଟକି ଯାଇଛି ।

Leave A Reply

Your email address will not be published.

5 × 1 =

error: Content is protected !!
Open chat