ଚୀନ୍‌କୁ ଆଉ ଏକ ଝଟ୍‌କା, ଆଇପିଏଲ୍ ପ୍ରଯୋଜକରୁ ହଟିଲା ଚାଇନିଜ ମୋବାଇଲ କମ୍ପାନୀ “ଭିଭୋ”

0 358
greentech

ନୂଆଦିଲ୍ଲୀ: ଚୀନ୍ ଉପରେ ଭାରତର ଆଉ ଏକ ଶକ୍ତ ଜିଟିଟାଲ୍ ଝଟକା। ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍ କରିବା ପରେ ଚାରିଆଡ଼ୁ ଏହାର ବିରୋଧ କରାଯାଉଥିଲା। ତେବେ ଲଗାତର ବିରୋଧ ପ୍ରଭାବରେ ଏବେ ଏହି ଚାଇନିଜ୍ ମୋବାଇଲ୍ କମ୍ପାନୀକୁ ଆଇପିଏଲରୁ ବାଦ୍ ଦିଆଯାଇଛି।

ଏହା ବ୍ୟତୀତ ଯେତେବେଳେ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ଭିଭୋକୁ ଚଳିତବର୍ଷ ଆଇପିଏଲ ପାଇଁ ପ୍ରାୟୋଜକ ରଖିବା ଲାଗି ନିଷ୍ପତି ନିଆଯାଇଥିଲା ଏହା ପରେ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ସୂଚନା ଅନୁଯାୟୀ, କମ୍ପାନୀ ଆସନ୍ତା ବର୍ଷରେ ଅର୍ଥାତ୍ ୨୦୨୧ ରେ ପ୍ରାୟୋଜକ ହେବ, ଏହି ଡିଲ୍ ୨୦୨୩ ପର୍ଯ୍ୟନ୍ତ ଚାଲିବ ।ଆଇପିଏଲ୍ ସହ ‘VIVO’ର ଚୁକ୍ତି ଆଉ ତିନିବର୍ଷ ରହିଛି। ଏଥିପାଇଁ ଚାଇନିଜ ମୋବାଇଲ୍ କମ୍ପାନୀ ୨୦୨୧, ୨୦୨୨ ଓ ୨୦୨୩ ସଂସ୍କରଣରେ ପୁଣିଥରେ ଆଇପିଏଲ୍‌ ସହ ଜଡ଼ିତ ହେବ। ଆଇପିଏଲ୍‌ ଚଳିତ ସଂସ୍କରଣ ପାଇଁ ନୂଆ ପ୍ରାୟୋଜକର ଘୋଷଣା କରାଯିବ। ଭାରତ-ଚୀନ୍ ବିବାଦ ପରଠାରୁ ଭାରତରେ ଚାଇନିଜ୍ ସାମଗ୍ରୀର କଡ଼ା ବିରୋଧ କରାଯାଉଛି।

ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଦେଶରେ ଚୀନ୍ ବିରୋଧରେ ଖୁବ୍ ଆକ୍ରୋଶ ଦେଖିବାକୁ ମିଳିଛି। ଲୋକଙ୍କ ମନରେ ଥିବା ଏହି ଭାବନାକୁ ଆଖି ଆଗରେ ରଖି ବିସିସିଆଇ ଆଜି ବଡ଼ ନିଷ୍ପତ୍ତି ନେଇଛି। ଚୀନର ଏହି ସ୍ମାର୍ଟଫୋନ୍ କମ୍ପାନୀ ୨୦୧୮ରେ ୨୧୯୯ କୋଟି ଟଙ୍କା ଖର୍ଚ୍ଚ କରି ୫ ବର୍ଷ ପାଇଁ ଆଇପିଏଲର ଟାଇଟଲ୍ ସ୍ପନସର୍ ଚୁକ୍ତି ହାସଲ କରିଥିଲା। ଏହି ଚୁକ୍ତି ୨୦୨୨ରେ ଶେଷ ହୋଇଥାନ୍ତା। ଯେହେତୁ ଚଳିତ ବର୍ଷ ଭିଭୋ ଆଇପିଏଲ ସ୍ପନସରରୁ ହଟିଯାଇଛି, ତେଣୁ ଏହି ଚୁକ୍ତି ଏବେ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।ଆଇପିଏଲର ୧୩ ତମ ସଂସ୍କରଣ ଆସନ୍ତା ମାସ ୧୯ ସେପ୍େଟମ୍ବରରୁ ୟୁଏଇରେ ଆରମ୍ଭ ହେବ । ଏହାର ଅନ୍ତିମ ମ୍ୟାଚ୍ ୧୦ ନଭେମ୍ବରରେ ଖେଳାଯିବ । ପ୍ରାରମ୍ଭରେ ମାର୍ଚ୍ଚରେ ଏହି ଲିଗ୍ ଭାରତରେ ଖେଳାଯିବାକୁ ଥିଲା, କିନ୍ତୁ ମାରାତ୍ମକ କରୋନା ଜୀବାଣୁ ବୃଦ୍ଧି ପାଉଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.

four × one =

error: Content is protected !!
Open chat