ଚୀନ ପାଇଁ ଟିକଟକ୍, ହୁଏଇ ସହ ୪ ପ୍ରମୁଖ କମ୍ପାନୀ ପିଏଲଏକୁ ତଥ୍ୟ ଦେଇ ଗୁଇନ୍ଦାଗିରି କରୁଛନ୍ତି ?

0 373
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : କେନ୍ଦ୍ର ସରକାର ଭାରତରେ କାରବାର କରୁଥିବା ଚାରୋଟି କମ୍ପାନୀକୁ ଚିହ୍ନଟ କରିଛନ୍ତି ଯେଉଁମାନେ ଗୁଇନ୍ଦାଗିରିରେ ସଂପୃକ୍ତ ଅଛନ୍ତି । ଏହି କମ୍ପାନୀମାନେ ଚୀନର ସେନାକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ବ୍ୟାନ୍ ହୋଇଥିବା ଟିକଟକ୍ ମଧ୍ୟ ଏହି ତାଲିକାରେ ରହିଛି । ଏନେଇ ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଛି ।

ଜୁନ୍ ୨୦୧୭ରେ ଚୀନ୍‌ ସରକାର ଗୁଇନ୍ଦାଗିରି ସମ୍ପର୍କରେ ଏକ ଆଇନ ପ୍ରଣୟନ କରିଥିଲେ। ଯେଉଁଥିରେ ସରକାରୀ ଏଜେନ୍ସିମାନଙ୍କୁ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା,  ଆବଶ୍ୟକ ପଡିଲେ ଚଢଉ କରିବା ଓ ବାହନ ଏବଂ ଉପକରଣ ଆଦି ଜବତ କରିବାକୁ ଅଧିକାର ଦିଆଯାଇଥିଲା। ଚୀନର ଏହି ଗୁପ୍ତନୀତି ସମ୍ପର୍କରେ ଆମେରିକା କଂଗ୍ରେସର ପ୍ରତିରକ୍ଷା ସଚିବଙ୍କ ରିପୋର୍ଟରେ ମଧ୍ୟ ଉଲ୍ଲେଖ ରହିଛି।ଚୀନା କମ୍ପାନୀ ହୁଏଇ, ଜେଡଟିଇ, ଜିଣ୍ଡିଆ ଷ୍ଟିଲସ୍ ଓ ଟିକଟକ୍‌ ଆଦିଙ୍କୁ ଏହି ଆଇନରେ  ଜାତୀୟ ଗୁଇନ୍ଦା ସଂସ୍ଥାଙ୍କୁ ସହଯୋଗ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଚୀନ ସରକାରଙ୍କ ଗୋପନୀୟ ଆଇନର ଅନୁଚ୍ଛେଦ ୭ରେ ଦେଶର ଯେକୌଣସି ସଂସ୍ଥା ଅଥବା ନାଗରିକ ସରକାରଙ୍କ ଗୁଇନ୍ଦା କାର୍ଯ୍ୟକ୍ରମକୁ ସମର୍ଥନ, ସହାୟତା ଓ ସହଯୋଗ ଲାଗି ବାଧ୍ୟ। ସେହିପରି ଚୀନ୍‌ ସେପରି ସଙ୍ଗଠନ ଓ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବ ଯିଏ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସହାୟତା ଓ ସମର୍ଥନ କରିବ। ତେଣୁ ଭାରତରେ ପିଏଲଏ ସହ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବେ ଜଡିତ ଅନେକ କମ୍ପାନୀ କାମ କରୁଛନ୍ତି।

ଜିଣ୍ଡିଆ ଷ୍ଟିଲସ୍ ଲିମିଟେଡ୍

ଜିଣ୍ଡିଆ ଷ୍ଟିଲସ୍ ଭାରତ ଓ ଚୀନରେ ମିଳିତ ଭାବେ କାର୍ଯ୍ୟ କରେ। ନିକଟରେ ଏହି କମ୍ପାନୀ କର୍ଣ୍ଣାଟକ ଉପକୂଳରେ ୨୫୦ କୋଟିର ଏକ ପ୍ରକଳ୍ପ ହାତକୁ ନେଇଥିଲା । ଏହା ହେଉଛି ଜିଙ୍ଗଜିଙ୍ଗ୍ କାଥାଏ ଗ୍ରୁପର ଏକ କମ୍ପାନୀ । ଏବେସୁଦ୍ଧା ଏହି ଗ୍ରୁପ ଭାରତକୁ ୩୦ ହଜାର ଟନ୍‌ର ଆଇରନ୍ ପାଇପ୍ ଯୋଗାଇଛି ।

ଚାଇନା ଇଲେକ୍ଟ୍ରୋନିକସ୍ ଟେକ୍ନୋଲୋଜି ଗୃପ କର୍ପୋରେସନ ବା ସିଇଟିସି

ସିଇଟିସିର ଭାରତରେ ୪୬ ମିଲିୟନ କାରବାର ରହିଛି । ଏହାର ଆନ୍ଧ୍ରପ୍ରଦେଶରେ ପ୍ଲାଣ୍ଟ୍ ରହିଛି । ଏହା ଚାଇନାର ମୁଖ୍ୟ ମିଲିଟାଲୀ ଇଲେକ୍ଟ୍ରୋନିକସ୍ ଉତ୍ପାଦନକାରୀ କମ୍ପାନୀ । ଏହି ସଂସ୍ଥା ଆମେରିକା ସରକାରଙ୍କ ସ୍କାନରରେ ମଧ୍ୟ ରହିଛି ।

ହୁଏଇ

ଏହି ବ୍ରାଣ୍ଡର ସ୍ମାର୍ଟଫୋନ୍‌କୁ ଭାରତରେ ଅନେକ ୟୁଜର ବ୍ୟବହାର କରନ୍ତି । ଏହାର ପ୍ରତିଷ୍ଠାତା ହେଉଛନ୍ତି ରେନ୍ ଝେଙ୍ଗଫେଇ୍ । ସେ ହେଉଛନ୍ତି ଚୀନ ସେନାର ଜଣେ ପୂର୍ବତନ ଇଞ୍ଜିନିୟର । କମ୍ପାନୀ ଭାରତରୁ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୧୨୮୦୦ କୋଟି ଚଙ୍କା ରାଜସ୍ୱ ପାଇଛି ।

Leave A Reply

Your email address will not be published.

three + twenty =

error: Content is protected !!
Open chat