ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କଲେ ରାଜ୍ୟ ସରକାର ‌- ସକାଳ ୮ରୁ ଦିନ ୨ଟା ଯାଏଁ ଖୋଲା ରହିବ

0 414
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ମହାମାରୀ କରୋନା ଭାଇରସ ପାଇଁ ଗତ ୧୭ ତାରିଖ ରାତି ୯ଟାରୁ ଠାରୁ ଆରମ୍ଭ ହୋଇଥିବା ଲକଡାଉନ ଅଂଚଳରେ ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ନୂତନ ଆଦେଶନାମା ଜାରି କରିଛନ୍ତି ।

ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ଯାଏଁ ଖୋର୍ଦ୍ଧା, ଗଂଜାମ, କଟକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗର ନିଗମ ଅଂଚଳରେ ଲକଡାଉନ ଜାରି ରହିବ । ଏନେଇ ରାଜ୍ୟ ସରକାର ପୂର୍ବରୁ ଗତ ୧୬ ତାରିଖ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ସବୁ ଅଂଚଳରେ ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ହୋଇଛି । କିନ୍ତୁ ଗ୍ରାହକମାନେ ସକାଳ ୮ଟାରୁ ଅପରାହ୍ନ ୧ଟା ଯାଏଁ ବ୍ୟାଙ୍କକୁ ଯାଇପାରିବେ ।

ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏଣିକି ୨୫% ବଦଳରେ ୫୦% କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚଲାଇବାକୁ ପରାମର୍ଶ ଦିଆଯାଇଛି। ଗ୍ରାହକମାନେ ସକାଳ ୮ଟାରୁ ଦିନ ୧ଟା ମଧ୍ୟରେ ସେବା ପାଇପାରିବେ। ଏଥିସହ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ୧୭ ତାରିଖରେ ଏହି ୪ ଜିଲ୍ଲା ସମେତ ରାଉଲକେଲା ମ୍ୟୁନିସିପାଲିଟି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଥିଲା। ଏଥିପାଇଁ ସ୍ଵତନ୍ତ୍ର କଟକଣା ମଧ୍ୟ ଜାରି କରାଯାଇଥିଲା।

Leave A Reply

Your email address will not be published.

1 × 4 =

error: Content is protected !!
Open chat