ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ – ପୋଷଳ – ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଉଚ୍ଚସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

0 391
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚସେତୁ ନିର୍ମାଣ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହି ସେତୁର ଅଟକଳ ମୂଲ୍ୟ ୧୧୮.୫୬ କୋଟି ଏବଂ ଦୈର୍ଘ୍ୟ ୮୮୮.୮୯ ମିଟର । ସରକାରଙ୍କର ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ସେତୁ ନିର୍ମାଣ କରିବା ପାଇଁ ଅଂଚଳବାସୀଙ୍କ ତରଫରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ।

ସରକାର ଅଂଚଳବାସୀଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଉକ୍ତ ଅଂଚଳର ଗମନାଗମନ, ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସେତୁ ନିର୍ମାଣ କରାଗଲେ ଜିଲ୍ଲାର ବହୁ ପଂଚାୟତ/ଗ୍ରାମ ଯଥା ଅଇନ୍ତ, ଗୋପାଳପୁର, କନିମୁଳ, ବିଷନପୁର, କ୍ରିଷ୍ଣାନନ୍ଦପୁର, ପୋଷଳ, ବିଜିପୁର, ସରଲପୁର, ତେନ୍ତୁଳିପଡ଼ା ଇତ୍ୟାଦି ଗ୍ରାମମାନଙ୍କରେ ବସବାସ କରୁଥିବା ପାଖାପାଖି ୫୦ ହଜାର ଜନସାଧାରଣ ଉପକୃତ ହେବେ । ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବା ପରେ ଏହି କାର୍ଯ୍ୟଟିକୁ ଆରମ୍ଭ କରାଯିବ ।

Leave A Reply

Your email address will not be published.

17 + 19 =

error: Content is protected !!
Open chat