‘ଜାତୀୟ ନିଯୁକ୍ତି ଏଜେନ୍ସି’ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ : ଦେଶରେ ନିଯୁକ୍ତି କ୍ଷେତ୍ରରେ ଥିବା ସମସ୍ୟା ଦୂର କରିବ ‘ଏନଆରଏ’


କେନ୍ଦ୍ର ସରକାର ନ୍ୟାସନାଲ ରିକ୍ର୍ୟୁମେଣ୍ଟ ଏଜେନ୍ସି(ଏନଆରଏ)କୁ ମଞ୍ଜୁରୀ ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇ ଏହା କହିଛନ୍ତି। ଚାକିରି ପାଇଁ ପ୍ରାର୍ଥୀଙ୍କୁ ବହୁ ବାର ପରୀକ୍ଷା ଦେବାକୁ ପଡିଥାଏ। ଦେଶରେ ପ୍ରାୟ ୨୦ ରିକ୍ର୍ୟୁମେଣ୍ଟ ଏଜେନ୍ସି ରହିଛି। ଆଶାୟୀଙ୍କୁ ବିଭିନ୍ନ ଏଜେନ୍ସି ତରଫରୁ ଆୟୋଜିତ ପରୀକ୍ଷା ପାଇଁ ଅନେକ ଜାଗା ଯିବାକୁ ପଡିଥାଏ। ଏବେ ନ୍ୟାସନାଲ ରିକ୍ର୍ୟୁମେଣ୍ଟ ଏଜେନ୍ସି କମନ ଏଲିଜିବିଲିଟି ଟେଷ୍ଟ(ସିଇଟି)ର ସ୍ଥାନ ନେବ। ଏଥିରେ କୋଟି କୋଟି ଯୁବକ ଲାଭାନ୍ଵିତ ହେବେ। ସେମାନଙ୍କୁ ଏବେ କେବଳ ଏନଆରଏ ଦ୍ଵାରା ହେବାକୁ ଥିବା ପରୀକ୍ଷା ଦେବାକୁ ପଡିବ, ଯାହା ସିଇଟି ଜରିଆରେ ଆୟୋଜିତ ହେବ।
ସେ କହିଛନ୍ତି ଯୁବକଙ୍କ ପକ୍ଷରୁ ଅନେକ ବର୍ଷରୁ ଏହି ଦାବି ଉଠି ଆସିଛି। ବର୍ତ୍ତମାନ ନ୍ୟାସନାଲ ଏଜେନ୍ସି ରିକ୍ର୍ୟୁମେଣ୍ଟ ଏଜେନ୍ସି ଗଠନରେ ସେମାନଙ୍କର ସମସ୍ୟା ଦୂର ହେବ, ସେମାନଙ୍କ ଅର୍ଥ ବି ବଞ୍ଚିଯିବ ଏବଂ ମାନସିକ ସ୍ଵାସ୍ଥ୍ୟ ମଧ୍ୟ ଠିକ୍ ରହିବ। ଯୁବକଙ୍କୁ ଏବେ ଗୋଟିଏ ପରୀକ୍ଷାରୁ ହିଁ ଆଗକୁ ଯିବାକୁ ସୁଯୋଗ ମିଳିବ। ପରୀକ୍ଷାର ଫଳାଫଳକୁ ନେଇ ରାଙ୍କ ଦିଆଯିବ। ଜାଭେଦକର କହିଛନ୍ତି ନ୍ୟାସନାଲ ରିକ୍ର୍ୟୁମେଣ୍ଟ ଏଜେନ୍ସି ଏବେ କମନ ଏଣ୍ଟ୍ରାନ ଟେଷ୍ଟ(ସିଇଟି)ର ସ୍ଥାନ ନେବ। ଦେଶରେ ୨୦ଟି ସଂସ୍ଥା ଦେଶରେ ନିଯୁକ୍ତି ପରୀକ୍ଷା କରାଉଛନ୍ତି। ଏବେ ଏହି ସବୁ ଏଜେନ୍ସି ବଦଳେ ନ୍ୟାସନାଲ ରିକ୍ରୁଇଟମେଣ୍ଟ ଏଜେନ୍ସି କମନ ଏଲିଜେବିଲିଟି ଟେଷ୍ଟ ମାଧ୍ୟମରେ ବିଭିନ୍ନ ପଦପଦବୀ ଲାଗି ପ୍ରାର୍ଥୀ ଚୟନ କରିବେ। ଏଥିରୁ ଦେଶର କୋଟି କୋଟି ଯୁବକଯୁବତୀ ଲାଭବାନ ହେବେ ବୋଲି ଜାଭେଦକର ଆଶାବ୍ୟକ୍ତ କରିଛନ୍ତି। ସିଇଟିର ମେରିଷ୍ଟ ଲିଷ୍ଟର ବୈଧତା ୩ ବର୍ଷ ରହିବ।