![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ : କରୋନା ଟିକାକୁ ସାରା ଦେଶର ଲୋକେ ଅପେକ୍ଷା କରିଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡଃ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା ଟିକା ଆସିଯିବ ବୋଲି ସେ ଆଶା କରୁଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/12/16b6017b-8f96-4e10-a80e-072edf750ad8.jpg?resize=585%2C329&ssl=1)
ସେ କହିଛନ୍ତି ଯେ ଭାରତରେ ଟିକା ଗୁଡ଼ିକର ପରୀକ୍ଷଣ ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଏହି ଟିକାଗୁଡ଼ିକୁ ଲୋକମାନଙ୍କୁ ଦେବା ପାଇଁ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କଠାରୁ ଜରୁରୀକାଳୀନ ଭିତ୍ତିରେ ଅନୁମତି ମିଳିଯିବ ।
![](https://kalingajyoti.com/wp-content/uploads/2020/12/32401f9e-1b4e-4c01-afe5-e3345e6de593.jpg)
ସେ କହିଛନ୍ତି ଯେ ଭାରତରେ ପରୀକ୍ଷଣ ଚାଲିଥିବା ଟିକାଗୁଡ଼ିକ ବେଶ ନିରାପଦ ବୋଲି ପ୍ରମାଣ ମିଳିସାରିଛି । ଭାରତରେ ପ୍ରାୟ ୭୦-୮୦ ହଜାର ସ୍ବେଚ୍ଛାସେବୀଙ୍କୁ ଏସବୁ ଟିକା ଦିଆଯାଇଛି ଓ ସେଗୁଡ଼ିକରେ ଅତି କମ ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ତଥ୍ୟ ଆଧାରରେ କୁହାଯାଇପାରେ ଯେ ଏସବୁ ଟିକା ନିରାପଦ ।
ସୂଚନାଯୋଗ୍ୟ ଯେ ଭାରତରେ ଏବେ ଚାରିଟି ଟିକାର ପରୀକ୍ଷଣ ଚାଲିଛି । ସେଗୁ଼ଡ଼ିକ ହେଉଛି ଭାରତ ବାୟୋଟେକର କୋଭାକ୍ସିନ, କାର୍ଡିଲାର ଜାଇକୋଭ-ଡି, ଅକ୍ସଫୋର୍ଡର କୋଭିସିଲ୍ଡ ଓ ଋଷିଆର ସ୍ପୁଟନିକ ଟିକା । ଏଗୁଡ଼ିକ ମଧ୍ୟରୁ କୋଭାକ୍ସିନ ଓ କୋଭିସିଲ୍ଡର ପରୀକ୍ଷଣ ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି ।