ଦିଲ୍ଲୀ-ଏନସିଆର ରେ ଭୂମିକମ୍ପର ଝଟକା ଅନୁଭୂତ

0 266
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳରେ ଲଗାତାକ କିଛିଦିନ ଧରି ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଶୁକ୍ରବାର ସନ୍ଧ୍ୟା ୭ଟାରେ ପୁଣି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୪.୫ । ଭୂମିକମ୍ପର କେନ୍ଦ୍ର ଗୁରଗାଓଁ ବୋଲି କୁହାଯାଉଛି ।

ଏହାପୂର୍ବରୁ ମିଜୋରାମରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୬ । ଏହାର କେନ୍ଦ୍ର ଚମ୍ଫାଇ ବୋଇି ସୂଚନା ମିଳିଛି । ଦିନ ୨ଟା ୩୫ ମିନିଟରେ ଏହାର ଝଟକା ଅନୁଭୂତ ହେଉଥିଲା ।

ଏହାପୂର୍ବରୁ ଗୁରୁବାର ଲେହ ଲଦାଖରେ କିଛି ସମୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରହିଥିଲା । କାରଗିଲର ଉତ୍ତର-ପଶ୍ଚିମରୁ ୧୯ କିମି ଦୂରରେ ଭୂକମ୍ପ ହୋଇଥିଲା । କୌଣସି କ୍ଷୟ କ୍ଷତିର ସୂଚନା ମିଳିନଥିଲା । ଦିନ ଗୋଟାଏ ୧୧ ମିନିଟରେ ଭୂକମ୍ପ ହୋଇଥିଲା । ଲଦାଖରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ । ଜୁନ ୨୬ ତାରିଖ ରେ ୪.୫ ତୀବ୍ରତାର ଭୂକମ୍ପ ହୋଇଥିଲା ।

ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହେବାର କିଛି ସମୟ ପରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଦିନ ୨ଟା ୨ ମିନିଟରେ ୩.୬ ତୀବ୍ରତାର ଭୂକମ୍ପ ହୋଇଥିଲା । ସେଠାରୁ ମଧ୍ୟ କୌଣସି କ୍ଷୟ କ୍ଷତିର ସୂଚନା ମିଳିନଥିଲା ।

Leave A Reply

Your email address will not be published.

five × one =

error: Content is protected !!
Open chat