ଦୁଇ ସପ୍ତାହ ସମୟ ଦିଅନ୍ତୁ ଖୋଲିବ ‘ପରୀ ହତ୍ୟାକାଣ୍ଡ’ର ଗୁମର : ଅରୁଣ ବ୍ରୋଥା

0 271
greentech

ଭୁବନେଶ୍ବର : ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାର ତଦନ୍ତ କରୁଛି ଏସଆଇଟି । ତଦନ୍ତ ଭାର ଗ୍ରହଣ କରିବା ପରେ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଏବଂ ଟିମ୍‌ ନୟାଗଡ ଗସ୍ତ କରି ଜିଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ପରୀର ଗାଁ ଯଦୁପୁର ଯାଇ ପରୀର ମୃତଦେହ ମିଳିଥିବା ସ୍ଥାନରେ ମଧ୍ୟ ଛାନ୍‌ଭିନ୍‌ କରିଥିଲେ । ଏହାରି ମଧ୍ୟରେ ଆଜି ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଡ଼ିଜିପି କ୍ୟାମ୍ପରେ ପରୀ ମୃତ୍ୟୁ ମାମଲାକୁ ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକରେ ଯୋଗଦେଇଥିଲେ ।ଏହି ବୈଠକରେ ପୋଲିସ ଡିଜି ଅଭୟ ଓ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା, କ୍ରାଇମବ୍ରାଞ୍ଚ ଏଡିଜି ପ୍ରମୁଖ ଯୋଗ ଦେଇଥିଲେ । ବୈଠକପରେ  ପରୀକୁ କେବେ ନ୍ୟାୟ ମିଳିବା ନେଇ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ଉତ୍ତରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି  ’ପରୀ’ ଘଟଣାର ଏସଆଇଟି ତଦନ୍ତ ୫ ଦିନ ହୋଇଛି । ୨ ସପ୍ତାହ ମଧ୍ୟରେ ସବୁକିଛି ସାମ୍ନାକୁ ଆସିବ । ସରକାର, ଜନତା ଓ ପୁଲିସ ଡିଜି ତାଙ୍କ ଉପରେ ଭରସା ରଖିଛନ୍ତି  ।ଆମ ଟିମ୍ ଆଗକୁ ବଢୁଛି । ଆମେ କଠିନ ପରିଶ୍ରମ କରୁଛୁ ଏବଂ ଦାୟିତ୍ୱ ପ୍ରତି ସଚେତନ ଅଛୁ। ବୋଲି ବୋଥ୍ରା କହିଛନ୍ତି ।

ପରୀ ହତ୍ୟା ମାମଲାର ଏସଆଇଟି ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ତଦନ୍ତ କରୁଛନ୍ତି । ଟିମ୍‌ରେ ଅରୁଣ ବୋଥ୍ରାଙ୍କ ସହ କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଆର.ସି ଥମ୍ବ, କ୍ରାଇମବ୍ରାଞ୍ଚର ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ମମତା ରାଣୀ ପଣ୍ଡା ପ୍ରମୁଖ ତଦନ୍ତ କରୁଛନ୍ତି ।

ଅନ୍ୟପଟେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗ ଉପରେ ତନାଘନା ତଦନ୍ତ ଚଳାଇଛନ୍ତି । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ରେଡ୍ ହୋଇଥିଲା । ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ବାବୁଲି ନାୟକଙ୍କ ତିନି ମହଲା ଘରର ସମସ୍ତ କୋଠରୀକୁ ଯାଞ୍ଚ କରିଥିଲା ଟିମ୍ ।ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଘଣ୍ଟାଏ ଧରି ପଚରାଉଚରା କରିଥିଲା ଏସଆଇଟି । ବାବୁଲି ଓ ତାଙ୍କ ଚାଳକ ମାଲିକାନାରେ ଥିବା ଗାଡିର ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି । ପଚରାଉଚରା ପରେ ଇଟାମାଟିରେ ଥିବା ଗାଡି ଚାଳକ ବିଜୟ ବେହେରାଙ୍କୁ ତାଙ୍କ ଘରୁ ଉଠାଇ ଆଣିଛି ଏସଆଇଟି । ସର୍କିଟ ହାଉସରେ ତାଙ୍କୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପଚରାଉଚରା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

two × three =

error: Content is protected !!
Open chat