ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥିଲେ ଚଳାଉଥିବା ବ୍ୟକ୍ତିର ଲାଇସେନ୍ସ ରଦ୍ଦ ହେବ

0 545
greentech

ଭୁବନେଶ୍ବର : ଏଣିକି ବାଇକ, ସ୍କୁଟର ଆଦି ଦୁଇଚକିଆ ଯାନର ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ, ଗାଡ଼ି ଚଳାଉଥିବା ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଟ୍ବିଟ୍ କରି ଏପରି ଚେତାବନୀ ଶୁଣାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ।

ଏସଟିଏ ପକ୍ଷରୁ କରାଯାଇଥିବା ଟ୍ବିଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦୟାକରି ହେଲମେଟ ପିନ୍ଧନ୍ତୁ ଓ ନିଜ ଜୀବନ ବଞ୍ଚାଇବା ସହ ଜୋରିମାନା ଦେବାରୁ ବଞ୍ଚନ୍ତୁ ।

ଗତ କାଲି ଆରଟିଓ କଟକ ପକ୍ଷରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଥିଲା । କଟକ ଓଲଟପୁରଠାରେ ହୋଇଥିବା ଯାଞ୍ଚ ବେଳେ ୯୨ ଜଣ ବାଇକ ଚାଳକ ହେଲମେଟ ପିନ୍ଧି ନଥିବା ଦେଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିଲା ଓ ମୋଟ ୧ ଲକ୍ଷ ୩୪ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା ।

Leave A Reply

Your email address will not be published.

20 − seven =

error: Content is protected !!
Open chat