ପରଲୋକରେ ‘ମାଉଣ୍ଟେନ୍ ମ୍ୟାନ୍’ ଦଶରଥ ମାନଝିଙ୍କ ଝିଅ

0 938
greentech

ଗୟା,୫।୧୨: ମାଉଣ୍ଟେନମ୍ୟାନ୍ ନାମରେ ପରିଚିତ ଦଶରଥ ମାନଝିଙ୍କ ଝିଅ ଲୋଙ୍ଗି ଦେବୀଙ୍କର ପରଲୋକ। ଶୁକ୍ରବାର ୭୦ ବର୍ଷ ବୟସରେ ଲୋଙ୍ଗି ଦେବିଙ୍କର ମୃତ୍ୟୁ ତାଙ୍କର ପୈତୃକ ବାସଭବନରେ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏନିମିୟା ମଧ୍ୟ ହୋଇଥିଲା। ଗହଲୋର ସ୍ଥିତ ପଞ୍ଚାୟତ ଭବନ ପାଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ବହୁ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୋକ ବ୍ୟକ୍ତି କରିଛନ୍ତି।

ଉଲ୍ଲେଖନୀୟ ଯେ, ମାଉଣ୍ଟେନ ମ୍ୟାନ ନାମରେ ପରିଚିତ ଦଶରଥ ମାନଝି ପାହାଡ ଖୋଳି ରାସ୍ତା ତିଆରି କରିଥିବା ଯୋଗୁଁ ସାରା ଦେଶରେ ପରିଚିତ ହୋଇପାରିଥିଲେ। ୩୬୦ ଫୁଟ୍ ଲମ୍ବା ପାହାଡକୁ ଖୋଳି ୨୫ ଫୁଟ ଗଭୀର ଓ  ୩୦ ଫୁଟ୍ ଚଉଡା ରାସ୍ତା ତିଆରି କରିଥିଲେ ଦଶରଥ। ନିଜେ ଏକୁଟିଆ ହାତୁଡି ଓ ଶାବଳରେ ରାସ୍ତା ଖୋଳି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଉପରେ ବଲିଉଡ ଫିଲ୍ମ ‘ମାନଝି ଦ ମାଉଣ୍ଟେନ୍ ମ୍ୟାନ୍’ ଫିଲ୍ମ ତିଆରି ହୋଇଥିଲା।

Leave A Reply

Your email address will not be published.

6 + sixteen =

error: Content is protected !!
Open chat