ଦୃଢ ପଦକ୍ଷେପ ନେଲେ କରୋନାର ୩ୟ ଲହର ଆସି ନପାରେ : ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା

0 204
greentech

ନୂଆଦିଲ୍ଲୀ : ଆଗକୁ କରୋନାର ୩ୟ ଲହର ଆସିବ କହି ସବୁଆଡ଼େ ଚହଳ ପକାଇଦେଇଥିବା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ ଆଜି ଏକ ଆଶାଜନକ କଥା କହିଛନ୍ତି ।

ସେ କହିଛନ୍ତି ଯ଼ଦି ଆମେ ଦୃଢ ପଦକ୍ଷେପ ନେବା ତେବେ ୩ୟ ଲହର ଆସିନପାରେ । କୋଭିଡ କଟକଣାକୁ ଯ଼ଦି ରାଜ୍ୟସ୍ତରରେ, ଜିଲ୍ଲା ସ୍ତରରେ ଓ ସହର ସ୍ତରରେ ଭଲଭାବରେ ଲାଗୁ କରାଯ଼ାଏ ତେବେ କରୋନାର ୩ୟ ଲହର ଆସିବା ପୂର୍ବରୁ ରୋକାଯ଼ାଇପାରେ ।

ଗତ ବୁଧବାର ଦିନ ସେ କହିଥିଲେ ଯ଼େ ୩ୟ ଲହର ଆସିବା ନିଶ୍ଚିତ । ୩ୟ ଲହରରେ ଶିଶୁମାନେ ବି ଆକ୍ରାନ୍ତ ହେବେ । ତେବେ ଏଥିପାଇଁ ସେ କୌଣସି ସମୟସୀମା ରଖିନଥିଲେ । ସେ କହିଥିଲେ, ଆଗକୁ କେତେକ ନୂଆ ପ୍ରକାରର ଭୁତାଣୁ ସୃଷ୍ଟି ହେବ, ଯ଼େଉଁଗୁଡ଼ିକ କି ରୋଗପ୍ରତିରୋଧକ ଶକ୍ତିକୁ ପରାଜିତ କରିପାରିବ କିମ୍ବା ଶରୀରରେ ଆହୁରି ଗୁରୁତର ରୋଗ ସୃଷ୍ଟି କରିବ ।  ଏଣୁ ଆମକୁ ଟିକାକୁ ନିୟମିତ ବ୍ୟବଧାନରେ ଉନ୍ନତ କରିବା ଆବଶ୍ୟକ ।

ସୂଚନାଯ଼ୋଗ୍ୟ ଯ଼େ ଭାରତରେ ଗତବର୍ଷ କରୋନାର ପ୍ରଥମ ଲହର ପରେ ଏବେ ୨ୟ ଲହର ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଯ ୪.୧୪ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ପ୍ରାୟ ୩୯୧୫ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.

4 × 5 =

error: Content is protected !!
Open chat