
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ବୁଧବାର ୧୨ ଲକ୍ଷ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫କୁ ବୃଦ୍ଧି ପାଇଛି। ରାତି ସୁଦ୍ଧା ଏହା ୧୨ ଲକ୍ଷ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି। ସେହିପରି ଦିନକରେ ୬୪୮ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୮ ହଜାର ୭୩୨ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୪ ଲକ୍ଷ ୧୧ ହଜାର ୧୩୩ ଜଣ ସକ୍ରିୟ ରୋଗୀ ଥିବାବେଳେ ୭ ଲକ୍ଷ ୫୩ ହଜାର ୫୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୭,୭୨୪ଟି ପଜିଟିଭ୍ କେସ୍
- ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୬୪୮
- ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨,୯୧୫
ଦେଶରେ ଅନବରତ ବଢ଼ିଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୩୭,୭୨୪ଟି ପଜିଟିଭ୍ କେସ୍ ଆସିଥିବା ବେଳେ ୬୪୮ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଜାରି କରାଯାଇଛି।

ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ ହଜାର ୭୩୨ରେ ପହଁଚିଲାଣି। ଏହା ସହ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫କୁ ବୃଦ୍ଧି ପାଇଛି।
ଦେଶରେ ମୋଟ ୧୧ ଲକ୍ଷ ୯୨ ହଜାର ୯୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଲକ୍ଷ ୫୩ହଜାର ୪୯ ସୁସ୍ଥ ହୋଇଥିଲା ବେଳେ ୪ ଲକ୍ଷ ୧୧ ହଜାର ୧୩୩ ଆକ୍ଟିଭ କେସ ରହିଛି।
ସେହିପରି ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ହୋଇଛନ୍ତି। ବତ୍ତର୍ମାନ ସୁଦ୍ଧା ମହାରାଷ୍ଟ୍ରରେ ୩ ଲକ୍ଷ ୨୭ ହଜାର ୩୧ ଆକ୍ରାନ୍ତ ହୋଇଥିଲା ବେଳେ ୧୨ ହଜାର ୨୭୬ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତା’ ପଛକୁ ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ରହିଛି।