ନିଜ ବିଫଳତା ଲୁଚାଇବାକୁ ଯାଇ ଭାରତକୁ ଦୋଷ ଦେଲେ ନେପାଳ ପ୍ରଧାନମନ୍ତ୍ରୀ

0 345
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ କାଠମାଣ୍ଡୁ ୨୯/୦୬: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ନୂଆଦିଲ୍ଲୀ ଏବଂ କାଠମାଣ୍ଡୁରେ କରାଯାଉଛି। ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଓଲି କହିଛନ୍ତି ଯେ ଦେଶର ଏକ ନୂତନ ମାନଚିତ୍ର ପ୍ରକାଶ କରି ଏହାକୁ ସଂସଦରେ ପାସ୍ କରିଥିବାରୁ ମୋତେ ଆସନରୁ ହଟାଇବାକୁ ଷଡଯନ୍ତ୍ର କରାଯାଉଛି। ଏହି ଷଡ଼ଯନ୍ତ୍ର ସଂଶୋଧିତ ନକ୍ସା ପ୍ରସ୍ତୁତ କରିବା ବେଳକୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନେପାଳର ନୂଆ ମାନଚିତ୍ରରେ ଭାରତର କାଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରାଙ୍କୁ ନେପାଳର ବୋଲି ଯୋଡିଥିଲେ କେ.ପି ଓଲି।

“ନୂଆଦିଲ୍ଲୀରେ ବୁଦ୍ଧିଜୀବୀଙ୍କ ବାର୍ତ୍ତାଳାପ, ମିଡିଆ ରିପୋର୍ଟ, ଦୂତାବାସର କାର୍ଯ୍ୟକଳାପ ଏବଂ କାଠମାଣ୍ଡୁର ବିଭିନ୍ନ ହୋଟେଲର ବୈଠକକୁ ଦୃଷ୍ଟିରେ ରଖି ଲୋକମାନେ ମୋତେ ହଟାଇବା ପାଇଁ ଖୋଲାଖୋଲି ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ବୁଝିବା କଷ୍ଟକର ନୁହେଁ। ତେବେ ସେମାନେ ସଫଳ ହେବେନି”।

ଓଲି କହିଛନ୍ତି, ମୁଁ ଅଧିକ ଦିନ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁ ନାହିଁ। ଯଦି ମୁଁ ଆଜି ପଦବୀରୁ ହଟିବି, ଦେଶ ପାଇଁ କହିବାକୁ କେହି ରହିବେ ନାହିଁ। ମୋତେ ପ୍ରଧାନମନ୍ତ୍ରୀ ଭାବରେ ରହିବାକୁ ପଡ଼ିବ। ମୋ ପାଇଁ ନୁହେଁ ବରଂ ଦେଶ ପାଇଁ ଏବଂ ଭବିଷ୍ୟତ ପାଇଁ।

ସୂଚନାଯୋଗ୍ୟ, ଓଲି ଦେଶର ଅନେକ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିଛନ୍ତି। ନିଜ ଦଳ କମ୍ୟୁନିଷ୍ଟ ପାର୍ଟି ଭିତର ତଥା ବାହାରେ ସମାଲୋଚନାର ସମ୍ମୁଖୀନ ହେବା ପରେ ଓଲି ସରକାର ଏବେ ବିବାଦକୁ ପଳାଇ ଆସିଛନ୍ତି। ଏହାପରେ ନିଜ ବିଫଳତାକୁ ଲୁଚାଇବାକୁ ଯାଇ ଓଲି ଏବେ ଏଭଳି କହୁଥିବା ଜଣାପଡ଼ିଛି। ଏମିତିକି ଓଲି ନିଜ ଦଳ ଭିତରେ ଥିବା ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଇବେ ନାହିଁ ବୋଲି ପରୋକ୍ଷରେ କହିଛନ୍ତି।

Leave A Reply

Your email address will not be published.

7 − 7 =

error: Content is protected !!
Open chat