ପରାକ୍ରମ ଦିବସ; ଭିକ୍ଟୋରିଆ ମେମୋରିଆଲ ସମାରୋହରେ ଯୋଗଦେଲେ ମୋଦୀ ଓ ମମତା

0 362
greentech

କଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ଚଳିତବର୍ଷଠାରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଶନିବାର କଲକାତାର ଭିକ୍ଟୋରିଆ ମେମୋରିଆଲରେ ବିରାଟ ସମାରୋହର ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇଛନ୍ତି।

ସମାରୋହ ପ୍ରାରମ୍ଭରେ ନେତାଜୀଙ୍କୁ ସ୍ମରଣ କରି ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କଲକାତା ପହଞ୍ଚିବା ପରେ ନେତାଜୀ ଭବନ ଗସ୍ତ କରିଥିଲେ। ସେଠାରୁ ସେ କଲକାତାସ୍ଥିତ ନ୍ୟାଶନାଲ ଲାଇବ୍ରେରୀକୁ ଯାଇଥିଲେ। ସେଠାରେ ୨୦୦ କଳାକାରଙ୍କୁ ନେଇ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖିବା ସହିତ କଳାକାରମାନଙ୍କ ସହିତ ଆଲୋଚନା କରିଥିଲେ।

https://twitter.com/ANI/status/1352926014570065920

ପରେ ସେଠାରୁ ମୋଦୀ ଭିକ୍ଟୋରିଆ ମେମୋରିଆଲକୁ ଯାଇଥିଲେ। ଭିକ୍ଟୋରିଆ ମେମୋରିଆଲରେ ପହଞ୍ଚିବା ପରେ ମୋଦୀ ପ୍ରଥମେ ନେତାଗୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ପରେ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ତେବେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି। ବିଜେପି ଏବଂ ଟିଏମସି କାର୍ଯ୍ୟକର୍ତ୍ତାମାନେ ମୁହାଁମୁହିଁ ହୋଇଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ କି ନାହିଁ ତାହାକୁ ନେଇ ସଂଶୟ ପ୍ରକାଶ ପାଇଥିଲା। କିନ୍ତୁ ଶେଷରେ ମମତାଙ୍କୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.

20 − thirteen =

error: Content is protected !!
Open chat