![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭: ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସାମୟିକ ଭାବେ କିଛି ନିର୍ଦ୍ଦିଷ୍ଟ ପରିବହନ ଉପରୁ ମୋଟରଯାନ ଟିକସ ଓ ଅତିରିକ୍ତ ଟିକସ ଛାଡ଼ ଘୋଷଣା କରାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/trytrytryt.jpg?resize=441%2C253&ssl=1)
ଷ୍ଟେଜ୍ ଓ କଣ୍ଟ୍ରାକ୍ଟ କ୍ୟାରେଜ ଉପରୁ ଟିକସ ଛାଡ଼ ହେବ। ଏବର୍ଷ ଜୁଲାଇରେ ୭୫ ପ୍ରତିଶତ, ଅଗଷ୍ଟରେ ୫୦ ପ୍ରତିଶତ ଓ ସେପ୍ଟେମ୍ବରରେ ୨୫ ପ୍ରତିଶତ ଛାଡ଼ କରାଯିବ।
![](https://kalingajyoti.com/wp-content/uploads/2020/07/yrytryty.jpg)
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।