ପାଞ୍ଚ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଗଲେ ଓଡିଶା କ୍ୟାଡର ଆଇପିଏସ ଅଫିସର : ସିଆରପିଏଫର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ ନିଯୁକ୍ତ – ଓଡିଶା କ୍ୟାଡର ଦୁଇ ଆଇପିଏସ ଅଧିକାରୀ ମଧ୍ୟ ପାଇଲେ ପଦୋନ୍ନତି

0 409
greentech

ଭୁବନେଶ୍ୱର/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବେ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ପିଏସ୍ ରଣପିସଙ୍କୁ ନିଯୁକ୍ତ କରାଯାଇଛି। ଯୋଗଦେବା ଦିନଠାରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ (ପାଞ୍ଚ ବର୍ଷ) ପର୍ଯ୍ୟନ୍ତ ରଣପିସ ଏହି ପଦବୀରେ ରହିବେ ।

ଆଜି ଗୃହ ମନ୍ତ୍ରଣାଳୟ, ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଦ୍ୱାରା ଏହା ଦର୍ଶାଯାଇଛି। ଆଇପିଏସ୍ ଅଧିକାରୀ ପିଏସ୍ ରଣପିସ ୧୯୯୫ ବ୍ୟାଚର ଏବଂ ଓଡିଶାରେ ଅତିରିକ୍ତ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଭାବରେ କାର୍ଯ୍ୟ କରୁଥିଲେ । ସେ ୨୦୧୩ ରେ ଇନ୍ସପେକ୍ଟର ଜେନେରାଲ (ଓଡିଶା) ଭାବରେ କାର୍ଯ୍ୟ କରିଥିଲେ ।

ସେହିପରି ୨୦୦୦ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ପ୍ରତୀକ ମହାନ୍ତି ମଧ୍ୟ ସି.ଆଇ.ଏସ.ଏଫ.ରେ ଆଇ.ଜି. ପଦକୁ ପଦୋନ୍ନତି ପାଇଛନ୍ତି । ସେହିପରି ଦିଲ୍ଲୀ ମେଟ୍ରୋ ସହ ପ୍ରାୟ ସମସ୍ତ ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ନିୟୋଜିତ ସି.ଏସ.ଏଫ. ରେ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ଦୟାଲ ଗାଙ୍ଗୱାର ଆଇଜି ପଦବୀକୁ ପଦୋନ୍ନତି ପାଇଛନ୍ତି ।

Leave A Reply

Your email address will not be published.

four × five =

error: Content is protected !!
Open chat