ନେପାଳର ଘୋଷଣା : ପୂର୍ବାପେକ୍ଷା ବଢ଼ିଛି ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ଉଚ୍ଚତା

0 288
greentech

କାଠମାଣ୍ଡୁ: ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ନୂଆ ଉଚ୍ଚତା ଘୋଷଣା କରିଛି ନେପାଳ । ମଙ୍ଗଳବାର ଉଭୟ ନେପାଳ ଓ ଚୀନ ହିମାଳୟର ଉଚ୍ଚତମ ଶିଖର ଏଭେରେଷ୍ଟର ନୂଆ ଉଚ୍ଚତା ସାର୍ବଜନୀନ କରିଛନ୍ତି । ପୂର୍ବରୁ କରାଯାଇଥିବା ଉଚ୍ଚତାଠାରୁ ଏବେ ଘୋଷିତ ଉଚ୍ଚତା ଅଧିକ । ଏଭେରେଷ୍ଟର ନୂଆ ଉଚ୍ଚତା ୮୮୪୮.୮୬ ମିଟର ବୋଲି ଏହି ଘୋଷଣାରେ କୁହାଯାଇଛି ।

ମଙ୍ଗଳବାର ଅପରାହ୍ନରେ ଏକ ଭର୍ଚ୍ୟୁଆଲ ସମାରୋହରେ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗୟାୱାଲି, ଜମିଜମା ସଂକ୍ରାନ୍ତ ମନ୍ତ୍ରୀ ପଦ୍ମକୁମାରୀ ଆର୍ଯ୍ୟଲ, ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ପ୍ରମୁଖ ମିିଳିତ ଭାବରେ ଏହି ଘୋଷଣା କରିଥିଲେ । ୨୦୧୭ରୁ ନେପାଳ ଏଭେରେଷ୍ଟର ଉଚ୍ଚତା ପୁନଃ ମାପ ଆରମ୍ଭ କରିଥିଲା । ମାତ୍ର ଗତବର୍ଷ ଚୀନ ରାଷ୍ଟ୍ରପତିଙ୍କ ନେପାଳ ଗସ୍ତ ସମୟରେ ନେପାଳ ଓ ଚୀନ ଉଭୟ ମିଳିତ ଭାବରେ ଏଭେରେଷ୍ଟର ଉଚ୍ଚତା ମାପିବାକୁ ସମ୍ମତ ହୋଇଥିଲେ।  ୨୦୧୫ ମସିହାରେ ନେପାଳ ଭୂକମ୍ପ ପରେ ଏଭେରେଷ୍ଟର ଉଚ୍ଚତାକୁ ନେଇ ବିିଭିନ୍ନ ମହଲରେ ଚର୍ଚା ଚାଲିଥିଲା । ପୂର୍ବରୁ ଘୋଷିତ ଉଚ୍ଚତା ହ୍ରାସ ପାଇଥିବା ମଧ୍ୟ କେତେକ ଆକଳନ କରିଥିଲେ । ତେଣୁ ପୁଣିଥରେ ଉଚ୍ଚତା ମାପିବାକୁ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.

4 × 1 =

error: Content is protected !!
Open chat