ପ୍ରଥମଥର ଲାଗି ଫେସ ମାସ୍କ ପିନ୍ଧିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

0 405
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭ : ଶନିବାର ଦିନ ଏକ ସାମରିକ ହସ୍‌ପିଟାଲ୍‌ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ଫେସ୍‌ ମାସ୍କ୍‌ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍‌ର ବିସ୍ତାର କିଂବା ଆକ୍ରାନ୍ତ ନ ହେବାକୁ ସତର୍କତାମୂଳକ ପଦକ୍ଷେପ ଭାବେ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଏହି ମାସ୍କ୍‌ ପିନ୍ଧିବାକୁ ପରାମର୍ଶ ଦେଇଥିଲେ।

ଶସସ୍ତ୍ରବାହିନୀର ଆହତ ସୈନିକମାନଙ୍କୁ ଏବଂ କୋଭିଡ୍-୧୯ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଭେଟିବାକୁ ଟ୍ରମ୍ପ୍‌ ହେଲିକପ୍ଟର୍ ଯୋଗେ ୱାସିଂଟନ୍ ଉପନଗରୀରେ ଅବସ୍ଥିତ ୱାଲ୍‌ଟର୍ ରିଡ୍ ନ୍ୟାସ୍‌ନାଲ୍ ମିଲିଟାରି ମେଡିକାଲ୍ ସେଣ୍ଟର୍‌କୁ ଯାଇଥିଲେ। ହ୍ୱାଇଟ୍ ହାଉସ୍‌ରୁ ବାହାରିଲା ବେଳେ ସେ ସାମ୍ବାଦିକମାନଙ୍କୁ କହି‌ଥିଲେ, ମୋର ମନେହୁଏ ବିଶେଷତଃ, ଡାକ୍ତରଖାନାରେ ଥିବାବେଳେ ମାସ୍କ୍‌ ପିନ୍ଧିବା ଗୁରୁତ୍ୱପୂର୍ଣ୍ଣ କଥା।ସେ ହେଲିକପ୍ଟର୍‌ରୁ ଓହ୍ଲାଇ ୱାଲ୍‌ଟର୍ ରିଡ୍‌ ଡାକ୍ତରଖାନାକୁ ଯିବା ପର୍ଯ୍ୟନ୍ତ ମାସ୍କ୍ ପିନ୍ଧି ନ ଥିଲେ। କିନ୍ତୁ, ୱାଲ୍‌ଟର୍ ରିଡ୍‌ର ହଲ୍ ମଧ୍ୟରେ ମାସ୍କ୍‌ ପିନ୍ଧିଥିଲେ।

ମହାମାରୀ ବ୍ୟାପିବାର ବହୁ ବିଳମ୍ବରେ ରାଷ୍ଟ୍ରପତି ଟ୍ରମ୍ପ୍‌ ଫେସ୍‌ ମାସ୍କ୍‌ ପିନ୍ଧିଛନ୍ତି। ଗତ ମାର୍ଚ ମାସରୁ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ବ୍ୟାପିବା ଯୋଗୁଁ ୩. ୨ ନିୟୁତ ଜନତାଙ୍କୁ ସଂକ୍ରମିତ କରିବା ସହ ଅନ୍ୟୂନ ୧୩୪୦୦୦ ପ୍ରାଣହାନୀର କାରଣ ‌ହୋଇଛି। ସତର୍କତାମୂଳକ ପଦକ୍ଷେପସ୍ୱରୂପ ସମସ୍ତେ ଫେସ୍‌ ମାସ୍କ୍ ପିନ୍ଧନ୍ତୁ ବୋଲି ଉପରାଷ୍ଟ୍ରପତି ମାଇକ୍ ପେନ୍‌ସ୍‌ଙ୍କ ସମେତ ପ୍ରାଦେଶିକ ଗଭର୍ଣ୍ଣର୍‌ମାନେ ପରାମର୍ଶ ଦେଇ ଆସୁଛନ୍ତି।

କିନ୍ତୁ, ସାମ୍ବାଦିକ ସମ୍ମିଳନୀ, କରୋନାଭାଇରସ୍ ଟାସ୍କ୍‌ଫୋର୍ସ ଅପ୍‌ଡେଟ୍, ରାଲି ଏବଂ ଅନ୍ୟାନ୍ୟ ସାର୍ବସାଧାରଣ କାର୍ଯ୍ୟକ୍ରମରେ ଫେସ୍‌ ମାସ୍କ୍‌ ପିନ୍ଧିବାକୁ ଟ୍ରମ୍ପ୍‌ ମନା କରିଦେଇଥିଲେ। ରାଷ୍ଟ୍ରପତିଙ୍କ ନିକଟତମ ଲୋକେ ଗଣମାଧ୍ୟମକୁ କହିଥିଲେ ଯେ, ଫେସ୍ ମାସ୍କ୍‌ ତାଙ୍କୁ ଦୁର୍ବଳ ପ୍ରତିପାଦିତ କରିବ ତାଙ୍କର ଆଶଙ୍କା ହେଉଛି। ଏହାଛଡ଼ା ଫେସ୍‌ ମାସ୍କ୍‌ ଯୋଗୁଁ ତାଙ୍କ ଧ୍ୟାନ ଆର୍ଥିକ ପୁନଃଉତ୍ଥାନ ଉପରୁ ହଟି ଜନସ୍ୱାସ୍ଥ୍ୟ ସଙ୍କଟ ଆଡ଼କୁ ଟାଣିନେବ। କିନ୍ତୁ, ଏବେ ଟ୍ରମ୍ପ୍ ନିୟମିତ ଫେସ୍‌ ମାସ୍କ୍‌ ପିନ୍ଧିବେ କି, ନାହିଁ ତାହା ଜଣାପଡ଼ିନାହିଁ।

Leave A Reply

Your email address will not be published.

twenty + ten =

error: Content is protected !!
Open chat