ପ୍ରଳୟଙ୍କରୀ ଝଡ ବର୍ଷା ଓ ବଜ୍ରପାତରେ ବିହାରରେ ୮୩ ଜଣଙ୍କର ମୃତ୍ୟୁ : ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀଙ୍କ ଦୁଖଃ ପ୍ରକାଶ ।

0 441
greentech

ପାଟନା / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୫/୦୬ : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଳୟଙ୍କରୀ ଝଡ ବର୍ଷା ଏବଂ ବଜ୍ରପାତରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ଅଚାନକ୍ ବଜ୍ରପାତ ହେବାରୁ ଆଶ୍ଚର୍ଯ୍ୟ କଲା ପରି ଏଭଳି ଘଟଣା ବିହାରରେ ଦେଖିବାକୁ ମିଳିଛି । ଅଚାନକ୍ ବଜ୍ରପାତ ଯୋଗୁଁ ପ୍ରବଳ ଧ୍ୱଂସ ମଧ୍ୟ ହୋଇଛି । ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଉତ୍ତରପ୍ରଦେଶରେ ମଧ୍ୟ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ବିହାରର ୨୩ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୮୩ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏହି ବିପର୍ଯ୍ୟୟର ଖବର ପାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଯୋଗେ ଦୁଖଃ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ , ବିହାରର ସର୍ବାଧିକ ମୃତ୍ୟୁ ଭୋପାଳଗଞ୍ଜର ହୋଇଛି, ଯେଉଁଠାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବେଳେ ସିୱାନରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମଧୁବନୀ ଓ ନୱାଦାରେ ୮ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି । ମୋତିହାରୀରେ ୨ ଜଣ ଓ ଦାରବଙ୍ଗାରେ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ସେମାନେ ସମସ୍ତେ କୃଷକ ହୋଇଥିବା ବେଳେ ଧାନ ରୋପଣ କରିବାକୁ ବାହାରିଥିଲେ । କିନ୍ତୁ ବିଜୁଳି ଖସିବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ବିଜୁଳି ମାରିବାକୁ ଜିଲ୍ଲାର ଅନେକ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଏହା ବ୍ୟତୀତ ୧୨ଜଣ ଲୋକ ବଜ୍ରପାତରେ ଜଳି ଯାଇଥିବାର ଜଣା ପଡିଛି।

Leave A Reply

Your email address will not be published.

one × 5 =

error: Content is protected !!
Open chat