ବଡ଼ଦିନରେ ଖୋଲିବ ଚର୍ଚ୍ଚ, ସ୍ବତନ୍ତ୍ର ଅନୁମତି ଦେବ ଭୁବନେଶ୍ବର ମହାନଗର ନିଗମ

0 291
greentech

ଭୁବନେଶ୍ବର: ଖ୍ରୀଷ୍ଟିୟ ଧର୍ମାବଲମ୍ବିଙ୍କ ପାଇଁ ଖୁସି ଖବର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ତଥା ବଡ଼ଦିନ ପାଳନ ପାଇଁ ରାଜଧାନୀରେ ଚର୍ଚ୍ଚ ଖୋଲିବା ପାଇଁ ବିଏମ୍‌ସି ସବୁଜ ସଙ୍କେତ ଦେଇଛି। ଡିସେମ୍ବର ୨୫ରେ ରାଜଧାନୀରେ ଚର୍ଚ୍ଚ ଖୋଲିବା ନେଇ ସ୍ବତନ୍ତ୍ର ଅନୁମତି ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଫଳରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ହସଖୁସିରେ ବଡ଼ଦିନ ସହିତ ଚର୍ଚ୍ଚରେ ସ୍ବତନ୍ତ୍ର ପ୍ରାର୍ଥନା କରିପାରିବେ ବୋଲି ଜଣାପଡ଼ିଛି।

ଡିସେମ୍ବର ୩୧ ସୁଦ୍ଧା ରାଜଧାନୀରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଛାଡ଼ି ଦେଲେ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା କଟକଣା ବଳବତ୍ତର ରହିଛି। ଆଉ ୯ଦିନ ପରେ ଆସିବ ବଡ଼ଦିନ ତଥା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ। ଏହିଦିନକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ଖ୍ରୀଷ୍ଟିୟ ଧର୍ମାବଲମ୍ବି ଲୋକେ। ଦୀର୍ଘ ୮ମାସ ଧରି କରୋନା କଟକଣା ଯୋଗୁ ରାଜଧାନୀରେ ବନ୍ଦ ରହିଥିବାବେଳେ ବଡ଼ ଦିନରେ ଏହା ଖୋଲିବକି ନାହିଁ ସେଥିନେଇ ଆଶଙ୍କା ପ୍ରକାଶ ପାଇଥିଲା। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ରାଜଧାନୀରେ ଡିସେମ୍ବର ୨୫ ବଡ଼ଦିନ ପାଇଁ ଚର୍ଚ୍ଚ ଖୋଲିବାକୁ ସ୍ବତନ୍ତ୍ର ଅନୁମତି ମିଳିବ। ପରିଚାଳନା କମିଟି ଚର୍ଚ୍ଚ ଖୋଲିବା ନେଇ ବିଏମ୍‌ସିକୁ ଆବେଦନ କରିବାକୁ ପଡ଼ିବ। ବଡ଼ଦିନ ଉତ୍ସବ ଅବସରରେ ଚର୍ଚ୍ଚ ପରିସର ଓ ସ୍ବତନ୍ତ୍ର ପ୍ରାର୍ଥନା ସମୟରେ କେତେ ସଂଖ୍ୟକ ଲୋକଙ୍କ ସମାଗମ ସମ୍ଭାବନା ରହିଛି ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ତାହା ଚିଠିରେ ଉଲ୍ଲେଖ କରିବାକୁ ପଡ଼ିବ। ଚର୍ଚ୍ଚଗୁଡ଼ିକୁ ସାନିଟାଇଜ୍‌ କରାଯାଇଛି ନାହିଁ ଏବେ କୋଭିଡ୍‌ ଗାଇଡ୍‌ଲାଇନ୍‌ କିଭଳି ଅନୁପାଳନ କରାଯିବ ତାହା ମଧ୍ୟ ଚିଠିରେ ଦର୍ଶାଇବାକୁ ହେବ। ପରିଚାଳନା କମିଟିର ଚିଠି ପାଇବା ପରେ ସ୍ଥିତି ଅନୁଧ୍ୟାନ କରି ବଡ଼ଦିନ ଅବସରରେ ଚର୍ଚ୍ଚ ଖୋଲିବା ନେଇ ସ୍ବତନ୍ତ୍ର ଅନୁମତି ଦିଆଯାଇପାରିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।
ରାଜଧାନୀରେ ଡିସେମ୍ବର ୨୫ରେ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଖୋଲିବା ନେଇ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଅନୁମତି ଦିଆଯିବ ବୋଲି ଘୋଷଣା କରାଯିବା ପରେ ଖ୍ରୀଷ୍ଟିୟ ଧର୍ମାବଲମ୍ବିଙ୍କ ମଧ୍ୟରେ ଆନନ୍ଦ ଲହରି ଖେଳି ଯାଇଛି। ବିଏମ୍‌ସିର ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ କୋଭିଡ୍‌ କଟକଣା ମାନି ବଡ଼ଦିନରେ ଚର୍ଚ୍ଚ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି।
ଭୁବନେଶ୍ବରରେ ସତ୍ୟନଗର ସେଣ୍ଟ୍ ଭିନ୍‌ସେଣ୍ଟ୍ କ୍ୟାଥ୍‌ଲିକ୍‌ ଚର୍ଚ୍ଚ, ଚର୍ଚ୍ଚ ଅଫ୍‌ ଖ୍ରୀଷ୍ଟ, ନୟାପଲ୍ଲୀ ସେଣ୍ଟ ଜଜ୍‌ ଅର୍ଥୋଡକ୍ସ ଚର୍ଚ୍ଚ, ଖାରବେଳନଗର ୟୁନିୟନ୍ ଚର୍ଚ୍ଚ, ଆଚାର୍ଯ୍ୟବିହାର ଗ୍ରେସ୍‌ ଆୱାକିଂ ଚର୍ଚ୍ଚ ଆଦି ରହିଛି।

Leave A Reply

Your email address will not be published.

11 − 8 =

error: Content is protected !!
Open chat