ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ଡିସେମ୍ବର ୩୧ ଯାଏ ନାଇଟ କର୍ଫ୍ୟୁ ଅବଧି ବଢାଇଲା ଗୁଜରାଟ

0 411
greentech

ନୂଆଦିଲ୍ଲୀ ୨୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଡିସେମ୍ବର ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଅବଧି ବଢାଇଲେ ଗୁଜରାଟ ସରକାର । ଆଜି ୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର।  ରାତି ୧ଟାରୁ ସକାଳ ୫ଟା ଯାଏ ଏହି କର୍ଫ୍ୟୁ ଲାଗୁ ହୋଇଛି । ଗୁଜରାଟର ଆଠଟି ସହର ଅହମ୍ମଦାବାଦ, ରାଜକୋଟ, ସୁରଟ, ଭଦୋଦରା, ଜାମନଗର, ଭବନଗର, ଗାନ୍ଧିନଗର ଏବଂ ଜୁନାଗଡରେ ନାଇଟ୍ କର୍ଫ୍ୟୁ ଅବଧି ବଢାଯାଇଛି। ଦେଶରେ ଏବେ ମୋଟ୍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୬୧ରେ ପହଞ୍ଚିଛି । ବିଦେଶରେ ଏହି ଭୂତାଣୁ ସଂକ୍ରମଣ ବଢୁଥିବାରୁ ସାରା ଦେଶ ଏବେ ସତର୍କ ହୋଇଛି ।

ଅନ୍ୟପକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଦିଲ୍ଲୀ ସରକାର ଏବେ ବଡ ନିଷ୍ପତ୍ତି ନେଇଛନ୍ତି । ସମସ୍ତ କରୋନା ସଂକ୍ରମିତଙ୍କ ନମୁନା ଜେନମ ସିକ୍ୱେନ୍ସିଂ ପାଇଁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ପୂର୍ବରୁ କେବଳ ‘ଆଟ ରିସ୍କ’ ଦେଶରୁ ଫେରୁଥିବା ଯାତ୍ରୀଙ୍କ ଜେନମ ସିକ୍ୱେନ୍ସି ହେଉଥିଲା । ଏବେ କିନ୍ତୁ ସମସ୍ତ ସଂକ୍ରମିତଙ୍କର କରୋନା ପରୀକ୍ଷା ହେବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେପଟେ ରାଜ୍ୟସଭାରେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ବିଶେଷଜ୍ଞ ସହ ସରକାର ଯୋଗାଯୋଗରେ ରହିଛନ୍ତି । ଆମ ପାଖରେ ପ୍ରଥମ ଓ ୨ୟ ଲହରୀର ମୁକାବିଲା ଅଭିଜ୍ଞତା ରହିଛି । ଏଥର ମୁକାବିଲା ପାଇଁ ବିଶେଷ କିଛି ସମସ୍ୟା ନହୋଇପାରେ । ଓମିକ୍ରନ ମୁକାବିଲା ପାଇଁ ଆବଶ୍ୟକୟ ସମସ୍ତ ଚିକିତ୍ସା ସାଧନ ମହଜୁଦ ରହିଛି ।

Leave A Reply

Your email address will not be published.

five + ten =

error: Content is protected !!
Open chat