ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ

0 253
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬ : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି । ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ଓ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କୁ ଦେଖିବାକୁ ଇଚ୍ଛା ରଖିଥିବା ଓଡିଶାର ପ୍ରତି ୫୦ ହଜାର ଗ୍ରାମର ଅନ୍ୟୁନ ୫ ଜଣ ଲେଖାଏଁ ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ନିଜସ୍ୱ ଖର୍ଚ୍ଚରେ ବ୍ୟବସ୍ଥା କରିବାକୁ ଯୁବମୋର୍ଚ୍ଚାର ସଦସ୍ୟମାନେ ପ୍ରାଥମିକତା ଦେବାକ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇ ଏହା ଆହ୍ୱାନ କରିବା ସହ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ୱାର୍ଥରେ ଲାଗୁ । ଏଥିପାଇଁ ଜନସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ଯିବ । ତେଣୁ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଂଗଠନ ତିଆରି କରିବାର ଦାୟିତ୍ୱ ନିଅନ୍ତୁ ।

ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ସାଢେ ୪ କୋଟି ଓଡିଆଙ୍କ ଏକମାତ୍ର ଲକ୍ଷ୍ୟ ଓଡିଶାକୁ ନୂଆ ଶେଖରକୁ ନେବା ପାଇଁ ଦାୟିତ୍ୱ ନିଅନ୍ତୁ ଓ ଆଗାମୀ ଦିନରେ ଓଡିଆ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁ । କରୋନା ଭଳି ସଂକଟ ସମୟରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ବଡ ଭୂମିକା ଗ୍ରହଣ କରିଛନ୍ତି । ଗରିବ ଲୋକଙ୍କୁ ଓ ଶୁଖିଲା ରନ୍ଧା ଖାଦ୍ୟ ବଂଟନ କରିବା, ମାସ୍କ ପ୍ରସ୍ତୁତ କରି ବାଂଟିବା, ରକ୍ତଦାନ ଶିବିର ଭଳି ସାମାଜିକ ସେବା ଭିତିକ କାର୍ଯ୍ୟକ୍ରମର ଆୟୋଜନ କରି ଦଳକୁ ଇଞ୍ଜିନ ରୂପରେ ଆଗକୁ ନେବାରେ କାମ କରୁଛି ଯୁବ ମୋର୍ଚ୍ଚା । ବର୍ତମାନ ସମୟରେ ଟେକ୍ନୋଲୋଜି ପ୍ଲାଟଫର୍ମ ଜରିଆରେ ବିଜେପିକୁ ଯୋଡିବାରେ ଯୁବମୋର୍ଚ୍ଚା ଅଗ୍ରଣୀ ଭୂମିକା ନେଇଛି ।

Leave A Reply

Your email address will not be published.

fifteen + four =

error: Content is protected !!
Open chat