ବିଶ୍ବ ଟେଷ୍ଟ ଚାମ୍ପିଅନ୍ ହେବାଠାରୁ ଆଉ ଗୋଟିଏ ପାଦ ଦୂରରେ ଭାରତ

0 259
greentech

ଅହମଦାବାଦ : ଆଜି ଅହମଦାବାଦ ଟେଷ୍ଟରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ଜୁନ ୧୮ ତାରିଖରେ ଲଣ୍ଡନର ଐତିହାସିକ ଲର୍ଡ୍ସ ଷ୍ଟାଡିୟମଠାରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଜିତିଲେ ଭାରତ ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିୟନ ହୋଇ ଇତିହାସ ସୃଷ୍ଟି କରିବ  ।

ଇଂଲଣ୍ଡ ବିପକ୍ଷ ସିରିଜକୁ ୩-୧ରେ ଜିତିବା ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ତାଲିକାର ୧ନମ୍ବର ସ୍ଥାନକୁ ଉନ୍ନୀତ ହୋଇ ଫାଇନାଲରେ ପ୍ରବେଶ କରିଛି । ଆଜି ମ୍ୟାଚରେ ଭାରତ ବିଜୟୀ ହୋଇନଥିଲେ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥାନ୍ତା । ଭାରତ ମୋଟ ୫୨୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ୪୨୦ ପଏଣ୍ଟ ସହ ୨ୟ ସ୍ଥାନରେ ଓ ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଆଜି ଅନ୍ତର୍ଜାତୀୟ ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି ।  ଭାରତ ମୋଟ ୧୨୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ୧୧୮ ପଏଣ୍ଟ ସହ ୨ୟ ସ୍ଥାନରେ ଓ ଅଷ୍ଟ୍ରେଲିଆ ୧୧୩ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି । ୧୦୫ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ ସ୍ଥାନରେ ରହିଛି । 

Leave A Reply

Your email address will not be published.

four × five =

error: Content is protected !!
Open chat