ବିଶ୍ୱ ଦେଖିଲା ‘ଶ୍ରୀକ୍ଷେତ୍ର’ ଶୃଙ୍ଖଳା : ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆରମ୍ଭ ହୋଇଥିଲା ମିଶନ ରଥଯାତ୍ରା, ସଟଡାଉନ୍ ଭିତରେ ସୁରୁଖୁରୁରେ ସମ୍ପନ୍ନ ହେଲା ମହାପ୍ରଭୁ ଗୁଣ୍ଡିଚାଯାତ୍ରା

0 287
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ : ମାତ୍ର ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଥିଲା ମିଶନ । ପୁରା ପ୍ରଶାସନ ଓ ସରକାର ଲାଗି ପଡିଥିଲେ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ । ସାରା ସହରକୁ ସଟଡାଉନ୍ କରିଦିଆଯାଇଥିଲା । ଏବଂ ବଡଦାଣ୍ଡକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ୍ କରାଯାଇଥିଲା । ପୁରୀର ଗଳି ଗଳିରେଜଗିରହିଥିଲାପୋଲିସ ।
ରଥ ଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେବା ପରେ ଆରମ୍ଭ ହୋଇଯାଇଥିଲା ମିଶନ ରଥଯାତ୍ରା । କାରଣ ଏହି ପ୍ରସଙ୍ଗ ଏତେ ସମ୍ବେଦନଶୀଳ ଥିଲା ଯେ ଠିକଭାବେ ଏହା ଅନୁଷ୍ଠିତ ନ ହୋଇପାରିଲେ ସାରା ରାଜ୍ୟ ଏବଂ ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା ରହିଥିଲା ।

ସୁପ୍ରିମକୋର୍ଟଙ୍କ ଠାରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆସିବା ପରେ ରାଜ୍ୟ ସରକାର ଯୁଦ୍ଧକାଳୀନଭିତିରେ କାମ ଆରମ୍ଭ କରିଦେଇଥିଲେ । କାରଣ ହାତରେ ମାତ୍ର ଅଳ୍ପ କେଇ ଘଂଟା ସମୟ ଥିଲା । ଏତିକି ସମୟ ମଧ୍ୟରେ ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ଥିଲା କୋଭିଡ କଟକଣା ଭିତରେ କେମିତି ରଥଯାତ୍ରାକୁ ସୂଚାରୁରୂପେ ତୁଲାଇବେ ।

ରଥଯାତ୍ରାର ସଠିକ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେଆଇନମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟମନ୍ତ୍ରୀନବକିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଯୋଜନାବୋର୍ଡଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ପୁରୀରେ କ୍ୟାମ୍ପ କରିବା ପାଇଁ ବାହାରିପଡିଲେ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ପୁଲିସ ଡିଜି ଅଭୟ ମଧ୍ୟ ପୁରୀରେ କ୍ୟାମ୍ପ ପାଇଁ ବାହାରିସାରିଥିଲେ । ସେବାୟତଙ୍କ କୋଭିଡ ପରୀକ୍ଷା ହେବା ସହିତ ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କୌଣସି ଭକ୍ତ ବଡଦାଣ୍ଡକୁ କିପରି ଆସିପାରିବେ ନାହିଁ ସେନେଇ ପଦକ୍ଷେପ ନିଆଗଲା ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସରକାର ପୁରୀକୁ ସୋମବାର ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ଘୋଷଣା କରିଦେଲେ । ପୁରୀ ଜିଲ୍ଲାର ଲୋକମାନଙ୍କୁ ବଡଦାଣ୍ଡକୁ ନଆସିବା ପାଇଁ ରାତାରାତି ଘୋଷଣା କରାଗଲା । ପୁରୀରେ ସମସ୍ତଙ୍କ ପ୍ରବେଶ ଉପରେ ଲାଗି ହୋଇଗଲା କଟକଣା ।

କୋଭିଡ କଟକଣା ଭିତରେ ଆଜି ପହଣ୍ଡି ସମୟରେ ଦଇତାପତି ସେବାୟତମାନେ ସାମାଜିକ ଦୂରତା ନରଖିଲେ ବି ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ ଏବଂ ପାଖରେ ସାନିଟାଇଜର ରଖିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ଘଂଟୁଆମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ଘଂଟ ବଜାଉଥିଲେ । ସୁପ୍ରିମକୋର୍ଟ ରଥଯାତ୍ରା ହେବା ନେଇ ଘୋଷଣା କରିବା ଆଉ ରଥ ଗଡିବା ମଧ୍ୟରେ ଥିବା କିଛି ଘଂଟା ମଧ୍ୟରେ ବେଶ ତତ୍ପରତାର ସହିତ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହେବା ସହିତ ରଥ ଗଡିଥିଲା ବଡଦାଣ୍ଡରେ । ଆଉ ପହଂଚିଥିଲା ଗୁଣ୍ଡିଚା ମନ୍ଦିରରେ ।

Leave A Reply

Your email address will not be published.

fifteen − thirteen =

error: Content is protected !!
Open chat