ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଲା, କରୋନା କଟକଣା ମାନିବେ ପର୍ଯ୍ୟଟକ

0 567
greentech

କୋଣାର୍କ/ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୯: ଦୀର୍ଘ ୫ମାସ ପରେ ଆଜି ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା ଜଣାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସୂର୍ଯ୍ୟମନ୍ଦିର ଖୋଲିଛି । କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ।

କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସକାଳ ୮ଟା ସମୟରେ ଖୋଲିଛି । ମନ୍ଦିର ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ କରୋନା କଟକଣାକୁ ପାଳନ କରିବାକୁ ପଡ଼ୁଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୮ଟାରୁ ଅପହାହ୍ନ ୧ଟା ଭିତରେ ସର୍ବାଧିକ ୧୫୦୦ ଓ ଅପହାହ୍ନ ୧ଟାପରେ ମାତ୍ର ୧ ହଜାର ଜଣ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ସୁଯୋଗ ମିଳିବ। ଏଥିଲାଗି ଅନଲାଇନ୍ ଟିକେଟର ବ୍ୟବସ୍ଥା କରାଯାଇଛି।

ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା , ମାସ୍କ ପିନ୍ଧିବା ବାଧ୍ୟତାମୂଳକ ,ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିବ । ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଅନୁମତି ମିଳିବନି ବୋଲି କୁହାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ। ପ୍ରଥମ ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି ବୋଲି ଏଏସଆଇ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି। ସକାଳ ୧୦ଟା ସୁଦ୍ଧା ମାତ୍ର ୨ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଲାଗି ଆସିଥିବା ଜଣାଯାଇଛି। ମନ୍ଦିର ଭିତରକୁ ଗାଇଡ୍ ଓ ଫଟୋଗ୍ରାଫରଙ୍କୁ ବାରଣ କରାଯାଇଛି। ମନ୍ଦିର ଭିତରକୁ ଗଣମାଧ୍ୟମକୁ ବି ବାରଣ କରାଯାଇଛି।

Leave A Reply

Your email address will not be published.

eight + 2 =

error: Content is protected !!
Open chat