ବିହାର ପୋଲିସ ଅଫିସରଙ୍କୁ ଜୋର-ଜବରଦସ୍ତି କ୍ୱାରେଣ୍ଟାଇନ୍ ଘଟଣାରେ ମୁମ୍ବାଇ ମହାନଗର ନିଗମକୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ

0 436
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ବିହାରର ଆଇପିଏସ୍ ଅଫିସରଙ୍କୁ ଜବରଦସ୍ତି କ୍ୱାରେଣ୍ଟିନ୍‌ ରଖିବାକୁ ନେଇ ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି)କୁ ସର୍ବୋଚ୍ଚ କୋର୍ଟ ସମାଲୋଚନା କରିଛନ୍ତି । ଏପରି ପଦକ୍ଷେପ ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଏହା ସହିତ ମୁମ୍ବାଇ ପୋଲିସ୍ ନିକଟରୁ ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ।

ସେହିପରି ପାଟନାରେ ଦାଖଲ କରାଯାଇଥିବା ମାମଲାକୁ ପୁନେକୁ ସ୍ଥାନାନ୍ତର କରିବା ପାଇଁ କରାଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ଶୁଣାଣି ହୋଇଥିଲା । ଏହି ଘଟଣାରେ ବିହାର ପୋଲିସ୍, ମୁମ୍ବାଇ ପୋଲିସ୍, ଉଭୟ ରାଜ୍ୟର ସରକାର, କେନ୍ଦ୍ର ସରକାର ଏବଂ କେକେ ସିଂଙ୍କୁ ତିନି ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉଭୟ ରାଜ୍ୟର ପୋଲିସ୍ ମଧ୍ୟରେ ବିବାଦ ପରେ ମାମଲାର ସିବିଆଇ ତଦନ୍ତ ଅନୁରୋଧକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

4 + seven =

error: Content is protected !!
Open chat