Xiaomi ସ୍ମାର୍ଟଫୋନରେ ଥିବା ବ୍ରାଉଜରକୁ ବ୍ୟାନ କଲେ କେନ୍ଦ୍ର ସରକାର

0 316
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଭାରତରେ କାର୍ଯ୍ୟ କରୁଥିବା ଚାଇନିଜ୍ କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିନକୁ ଦିନ ବଢ଼ୁଛି। କେନ୍ଦ୍ର ସରକାର ଇତି ମଧ୍ୟରେ ଜିଆଓମି ଦ୍ୱାରା ପ୍ରସ୍ତୁତ ସ୍ମାର୍ଟଫୋନରେ ଦିଆଯାଇଥିବା ବ୍ରାଉଜରକୁ ବ୍ୟାନ କରିଛନ୍ତି।

‘ଏମ୍‌ଆଇ ବ୍ରାଉଜର ପ୍ରୋ – ଭିଡିଓ ଡାଉନଲୋଡ୍, ପ୍ରୀ ଆଣ୍ଡ ଫାଷ୍ଟ ସିକ୍ୟୁର’ ଉପକରଣର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇବାର କ୍ଷମତା ରଖିଛି ବୋଲି କେତେକ ମାର୍କେଟ ବିଶ୍ଳେଷକ କହିଛନ୍ତି। ଯଦିଓ କମ୍ପାନୀ ଏହାର ସ୍ଥିତି ସ୍ପଷ୍ଟ କରିବାକୁ ସରକାରଙ୍କ ସହ ବାର୍ତ୍ତାଳାପ ଆରମ୍ଭ କରିବାକୁ ପଦକ୍ଷେପ ନେଉଛି। ଅପର ପକ୍ଷରେ କମ୍ପାନୀର ଅଧିକାରୀମାନେ ଜୋର ଦେଇଛନ୍ତି ଯେ, ଏହି ପଦକ୍ଷେପ “ଉପକରଣଗୁଡ଼ିକର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇବ ନାହିଁ” ଏବଂ ଉପଭୋକ୍ତାମାନେ ଅନ୍ୟ କୌଣସି ବ୍ରାଉଜର୍ ଡାଉନଲୋଡ୍ କରିପାରନ୍ତି।

Leave A Reply

Your email address will not be published.

18 + 10 =

error: Content is protected !!
Open chat