ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ପାକ୍ ରେଳମନ୍ତ୍ରୀଙ୍କ ମନ୍ତବ୍ୟ – “ଭାରତ ଆଉ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ରହି ନାହିଁ “

0 405
greentech

ଇସଲାମାବାଦ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୮ : ଆନ୍ତର୍ଜାତିକ ମଞ୍ଚରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରି ନିରାଶ ହେଉଥିବା ପାକିସ୍ଥାନ ରାମମନ୍ଦିର ପ୍ରସଙ୍ଗରେ ଭାରତକୁ ନିଶାଣ କରିଛି । ଅଯୋଧ୍ୟାରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ବିଚଳିତ ହୋଇଛି ପାକିସ୍ଥାନ। ପାକ୍ ରେଳମନ୍ତ୍ରୀ ଶେଖ ରସିଦ୍ ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଭାରତ ଆଉ ଧର୍ମନିରପେକ୍ଷ ଦେଶ ହୋଇ ରହିନାହିଁ । ଭାରତରେ ଏବେ ହିନ୍ଦୁତ୍ଵ ଶକ୍ତିର ପ୍ରଭାବ ବୃଦ୍ଧି ପାଇଛି ବୋଲି କହିଛନ୍ତି । କେବଳ ସେତିକି ନୁହେଁ, ପାକିସ୍ଥାନର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ରାମମନ୍ଦିର ଶିଳାନ୍ୟାସ ଖବରକୁ ନେଇ ଯାବତୀୟ ନକରାତ୍ମକ ଖବର ପ୍ରକାଶ ପାଇଥିବା ମଧ୍ୟ ଦେଖାଯାଇଛି ।

ଶେଖ ରସିଦ୍ କହିଛନ୍ତି ଯେ ଭାରତ​‌ ଧର୍ମ ନିରପେକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତ ଧର୍ମନିରପେକ୍ଷ ଦେଶରୁ ‘ରାମ ନଗର’ରେ ପରିବର୍ତିତ ହୋଇଯାଇଛି । ସେଠାରେ ସାମ୍ପ୍ରଦାୟିକ ଶକ୍ତି ବଳଶାଳୀ ହୋଇଛନ୍ତି ଏବଂ ଧର୍ମ ନିରପେକ୍ଷତା ଶେଷ ହୋଇ ଯାଇଛି । ସ୍ପଷ୍ଟ ଭାବରେ କହିଲେ ଭାରତ​‌ ଆଉ ଧର୍ମ ନିରପେକ୍ଷ ଦେଶ ହୋଇ ରହିନାହିଁ । ସେଠା​‌ରେ ସଂଖ୍ୟାଲଘୁମାନେ ବଡ଼ ସମସ୍ୟାରେ ଅଛନ୍ତି । ଭାରତ ଏବେ ଶ୍ରୀରାମଙ୍କ ହିନ୍ଦୁତ୍ଵ ପ୍ରତି ଆକର୍ଷିତ ହୋଇଛି ।

ରସିଦ୍ କେବଳ ଏତିିକିରେ ଅଟକି ନାହାନ୍ତି । ସେ ଏ କଥା ମଧ୍ୟ କହିଛନ୍ତି ଯେ ବର୍ଷକ ତଳେ ଏହି ଦିନରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲା ଓ ଏହା ସହ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟରୁ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିଥିଲା । ପାକିସ୍ଥାନର ମୁସଲମାନମାନେ କାଶ୍ମୀରୀବାସୀଙ୍କ ସହ ଠିଆ ହୋଇଛନ୍ତି । ସେମାନେ କାହା ସହ ଠିଆ ହେବେ ଭାରତ ସରକାର ସେମାନଙ୍କୁ ସେ ସୁଯୋଗ ଦେବା ଆବଶ୍ୟକ ବୋଲି ରସିଦ୍ କହିଛନ୍ତି ।

Leave A Reply

Your email address will not be published.

15 + 14 =

error: Content is protected !!
Open chat