ବେକରେ ରସି ଲଗାଇ ଯୁବତୀଙ୍କ ଆତ୍ମ ହତ୍ୟା

0 371
greentech

ମାଲକାନଗିରି ୧୦/୦୭/୨୦୨୧ କଳିଙ୍ଗ ଜ୍ୟୋତି : ମାଲକାନଗିରି ଜିଲ୍ଲା ସଦର ମହକୁମା ୧୧୯ କଲୋନୀରେ ଗତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭାଗିରଥି ପାଣିଗ୍ରାହୀଙ୍କ ଏକ ମାତ୍ର ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କିନ୍ତୁ ଏହା ଏକ ଆତ୍ମହତ୍ୟା ନା ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତଦନ୍ତ ପରେ ଜଣାପଡିବ ।

ପ୍ରକାଶ ଭାଗିରଥିଙ୍କ ସ୍ବର୍ଗବାସୀ କନ୍ୟା ସାବିତ୍ରୀ ଜଣେ ମେଧାବୀ ତଥା ଉଚ୍ଚ ଶିକ୍ଷିତା ଛାତ୍ରୀ ଥିଲେ । କିଛି ବର୍ଷ ପୂର୍ବେ ଭାଗିରଥିଙ୍କ ଏକ ମାତ୍ର ଷୋହଳ ବର୍ଷ ବୟସ୍କ ପୁତ୍ର ମଧ୍ୟ ଆତ୍ମହତ୍ୟା କରିଥିଲେ । ଏବେ ଏକ ମାତ୍ର କନ୍ୟାର ମୃତ୍ୟୁ ପଥକୁ ଆଦରି ନେବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରୁଛି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ଶବ ଜବତ କରି ପୋଷ୍ଟମଟମ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ପୋଲିସ ପାରିବାରିକ ହିଂସାର ଦିଗକୁ ଗୁରୁତ୍ବ ଦେଇ ତଦନ୍ତ କଲେ ସତ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଜନ ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.

20 − 6 =

error: Content is protected !!
Open chat