ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ରାହ୍ମଣଛାଇରେ ଗୋଷ୍ଠୀ ସଂର୍ଘଷ ଘଟଣାରେ ଆଉ ୨ ଗିରଫ

0 283
greentech

 ହିଂଜିଳିକାଟୁ ୧୦/୦୭/୨୦୨୧କଳିଙ୍ଗ ଜ୍ୟୋତି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବ୍ରାହ୍ମଣଛାଇରେ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ମଙ୍ଗଳବାର ଦିନତମାମ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୁହୁଳି ଉଠୁଥିବା ନିଆଁ ରାତ୍ର ସମୟରେ ଉଗ୍ର ରୂପ ଧାରଣ କରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସଂପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଥଲେ । ଏ ନେଇ ଗ୍ରାମର ସଞ୍ଜୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୩୫୧/୨୧ ଓ ବିଜୟ ଜେନାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୩୫୨/୨୧ରେ ୨ଟି ମାମଲା ରୁଜୁ କରି ପୁଲିସ ଉଭୟ ଗୋଷ୍ଠୀର ୫ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିଲା । ସଂପୃକ୍ତ ଗୋଷ୍ଠୀ ସଂର୍ଘଷ ଘଟଣାରେ ସଂପୃକ୍ତି ଥିବା ନେଇ କେଶ ନଂ- ୩୫୧ରେ ସଂପୃକ୍ତ ଗ୍ରାମର ଆଉ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ବିଜୟ ଜେନା ଓ ତାଙ୍କ ପୁଅ ନାରାୟଣ ଜେନା ।  ଗିରଫ ମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । 

    ପ୍ରକାଶ ଯେ, ଗତ ପ୍ରାୟ ୧ମାସ ପୂର୍ବେ ଗ୍ରାମର ଜଣେ ଝିଅ ସହ ସେହି ଗ୍ରାମର ଡ଼ାକ ପ୍ରଧାନଙ୍କ ପୁଅ ଶିବରାମଙ୍କ ପ୍ରେମ ସର୍ମ୍ପକକୁ କେନ୍ଦ୍ର କରି ଗ୍ରାମରେ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ସଦସ୍ୟଙ୍କ ଅନୁପସ୍ଥିତରେ ଶିବରାମ ଝିଅ ଘରେ ପଶିଥିବା ଦେଖି ଝିଅର ସର୍ମ୍ପକୀୟ ଓ ଗ୍ରାମର କିଛି ଲୋକ ଦେଖିପାରି ଯୁବକଙ୍କୁ ମାଡ଼ ମାରିବା ସହ ଅଟକ ରଖି ହିଂଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଂଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଅଟକ ଯୁବକ ସମେତ ଉଭୟ ପରିବାର ସଦସ୍ୟଙ୍କୁ ଥାନାକୁ ଡ଼ାକି ଆପୋଷ ବୁଝାମଣା କରିଥିଲେ । ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବାର ପ୍ରତିଶୃତି ଦେବା ପରେ ଥାନାରୁ ମୁକୁଳିଥିଲେ । ସେହିଦିନ ଠାରୁ ଯୁବତୀ ଜଣକ ଯୁବକଙ୍କ ଘରେ ରହି ଆସୁଥିଲେ । ମଙ୍ଗଳବାର ପୂର୍ବାହ୍ନରେ ପୁଅ-ଝିଅଙ୍କ ନିର୍ବନ୍ଧ ପାଇଁ ଉଭୟ ପରିବାର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୌଣସି କାରଣରୁ କୂଳ ମୁଖିଆ ବୈଠକକୁ ଆସିପାରିନଥିଲେ । ଦୀର୍ଘ ୩ ଘଂଟା ବିଳମ୍ବ ପର୍ଯ୍ୟନ୍ତ କୂଳ ମୁଖିଆ ନଆସିବାରୁ ଉତେଜନା ଦେଖା ଦେବା ସହ ଜାଣିଶୁଣି ନିର୍ବନ୍ଧ କାର୍ଯ୍ୟକୁ ଭଣ୍ଡୁର କରାଯାଇଥିବାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ରାତ୍ର ପ୍ରାୟ ୮ଘଂଟା ସମୟରେ ପୁଣିଥରେ କୂଳ ବୈଠକ ଆୟୋଜନ କରାଯାଇଥିବା ବେଳେ ଗ୍ରାମର ଗୋଟିଏ ଗୋଷ୍ଠୀ ଖଣ୍ଡା, କାତି ଓ ବିଭିନ୍ନ ମାରଣାସ୍ତ୍ରରେ ଅର୍ତକିତ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀର ଆକ୍ରମଣ ଓ ପ୍ରତି ଆକ୍ରମଣରେ ୯ ଜଣ ଆହତ ହୋଇଥିଲେ । ସଂପୃକ୍ତ ଘଟଣାରେ  ହିଞ୍ଜିଳି ପୁଲିସ ଗୁରୁବାର ଦିନ ଉଭୟ ଗୋଷ୍ଠୀର ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.

five × five =

error: Content is protected !!
Open chat