ମୋଟର ସାଇକେଲ ମେକାନିକ ଙ୍କ ହାତର ଚମତ୍କାରିତା : ତୁଳି ଧରି ଆଙ୍କି ଦେଉଛନ୍ତି ନିଖୁଣ ଚିତ୍ର

0 325
greentech

ଉମରକୋଟ ୧୦/୦୭/୨୦୨୧ କଳିଙ୍ଗ ଜ୍ଯୋତି :- ତାଙ୍କ ଭିତରେ ଭରି ରହିଛି କଳା ଓ ଲୁଚି ରହିଛି ପ୍ରତିଭା। ମୋଟର ସାଇକେଲ ମେକାନିକ୍ ହୋଇ ହାତରେ ତୁଳି ଧରି ଆଙ୍କି ଦେଉଛନ୍ତି ନିଖୁଣ ଚିତ୍ର। ନିଜର କଳା ଯୋଗୁଁ ସାମାଜିକ ଗଣମାଧ୍ୟମରେ ସେ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ସେ ହେଲେ ନବରଙ୍ଗପୁର ଜିଲ୍ଲା  ଉମରକୋଟ ସହରର ଜନାର୍ଦ୍ଦନ ଦେବନାଥ ଓ ମଳିନା ଦେବନାଥଙ୍କ ସୁପୁତ୍ର ସୌରଭ ଦେବନାଥ । ସୌରଭ ଙ୍କ ଚିତ୍ର କଳା ପ୍ରତି ବହୁତ ଆଗ୍ରହ ଥିଲା ।  ସେ ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳଠୁ ପାଠ ପଢା ସହ ଚିତ୍ର ଅଙ୍କିବା ବେଶ୍ ସୈ।ଉକ ଥିଲା । ସେ ନିଜେ ନିଜେ ପିଲାଟି ବେଳରୁ ହିଁ ଚିତ୍ର ଅଙ୍କିବା ଶିଖୁଥିଲେ । ଏଥିପାଇଁ ସେ କୌଣସି ଗୁରୁ ଙ୍କ ଠୁ ବି ତାଲିମ ନେଇ ନାହାନ୍ତି । ଏଥିପାଇଁ ତାଙ୍କ ମା ସୌରଭ କୁ ସର୍ବଦା ସହଯୋଗ କରି ଆସୁଥିଲେ। ସବୁଠାରୁ ବଡ଼  କଥା ହେଲା ଉଚ୍ଚ ଶିକ୍ଷିତ ହୋଇବି ଚାକିରୀ ପ୍ରତି ନ ଦୌଡି ନିଜସ୍ୱ ଉଦ୍ୟମ ରେ ସେ ଏକ ମଟର ସାଇକେଲ ଗ୍ୟାରେଜ୍ କରିଛନ୍ତି । ତାହା ସହ ସମୟ ବାହାର କରି ଚିତ୍ର ଆଙ୍କନ୍ତି। ଏପଟେ ସୌରଭ ତାଙ୍କର କଳା କୁ ଦୁଇପାଦ ଆଗେଇ ନେଇ ଲୋକ ଙ୍କ ଅବିକଳ ନକଲ ଚିତ୍ରକୁ ଆଙ୍କି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାନ୍ତି । ସୌରଭ ଙ୍କ ଚିତ୍ର ଆଙ୍କିବା ସହ ମୋଟର ସାଇକେଲ ମେକାନିକାଲ କାର୍ଯ୍ୟ ରେ ନିଶା ରଖିଛନ୍ତି। ସେ ତାଙ୍କର ଚିତ୍ର  ଆଙ୍କି ବହୁ ପ୍ରଶଂସକ ଙ୍କୁ ସାଉଁଟି ଆଣିବାରେ ସକ୍ଷମ ହୋଇପାରିଛନ୍ତି । ଏପରି ପ୍ରତିଭା ପାଇଁ ତାଙ୍କ ପିତାମାତା , ସାଙ୍ଗ ସାଥି ଏବଂ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି ।

Leave A Reply

Your email address will not be published.

14 + 4 =

error: Content is protected !!
Open chat