ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ

0 253
greentech

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ତୁଳନାରେ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଇଂଜେକ୍ସନ ବି ସହଜରେ ଉପଲବ୍ଧ ହେଉନାହିଁ ।

ତେବେ ଇତି ମଧ୍ୟରେ ଆଇଆଇଟି ହାଇଦ୍ରାବାଦରୁ ‘ରିସର୍ଚ୍ଚ ଆଟ ଆଇଆଇଟି ହାଇଦ୍ରାବାଦ ଡେଭଲପଡ୍ ଆନ ଓରାଲ ସଲଉ୍ୟସନ ଟୁ ଟ୍ରିଟ୍ ବ୍ଲାକ ଫଙ୍ଗସ୍’ ଏକ ଭଲ ଖବର ଆସିଛି । ଏନେଇ ହାଇଦ୍ରାବାଦ ଆଇଆଇଟିରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକମାନେ ଏକ ଔଷଧ ପ୍ରସ୍ତୁତ କରିଛନ୍ତି । ଯାହାକି ସଂକ୍ରମିତଙ୍କୁ ଖାଇବାକୁ ଦିଆଯିବ ।

ଦୁଇବର୍ଷର ରିସର୍ଚ୍ଚ ପରେ ଉଦ୍ଭାବନ ହୋଇଥିବା ଏହି ଔଷଧ ଉପରେ ପୁରା ଭରଶା କରିଛନ୍ତି ବୈଜ୍ଞାନିକମାନେ । ଉଦ୍ଭାବନ କରିଥିବା ବୈଜ୍ଞାନିକମାନେ କହିଛନ୍ତି କି ଏହି ଔଷଧକୁ ଅଧିକ ପରିମାଣର ଉତ୍ପାଦନ କରିବାର ଆବଶ୍ୟକତା ରହିଛି । ଏହାସହ ସବୁଠାରୁ ବଡକଥା ଏହି ଔଷଧର ମୂଲ୍ୟ ବହୁତ କମ୍ । ଅର୍ଥାତ୍ ୬୦ ମିଲିଗ୍ରାମର ଏକ ଟାବଲେଟର ଦାମ ମାତ୍ର ୨୦୦ ଟଙ୍କା ବୋଲି କୁହାଯାଇଛି ।

ଆଇଆଇଟି ହାଇଦ୍ରାବାଦରେ ଏହି ସଲ୍ୟୁସନ ଉପରେ ଗତ ୨ ବର୍ଷ ଧରି ପ୍ରଫେସର ସପ୍ତଋଷି ମଜୁମଦାର, ଡା.ଚନ୍ଦ୍ର ଶେଖର ଶର୍ମା, ପିଏଚଡି ସ୍କଲାର ମୃଣାଳିନୀ ଗୋଧାନେ ଓ ଆନନ୍ଦିତା ଲୋହା କାମ କରୁଛନ୍ତି ।

ସଂସ୍ଥାନ ପକ୍ଷରୁ କୁହାଯାଇଛି କି, “ଦୁଇବର୍ଷର ଅଧ୍ୟୟନ ପରେ ଅନୁସନ୍ଧାନକର୍ତ୍ତା ଏହି ଉଦ୍ଭାବନରେ ସନ୍ତୁଷ୍ଟ ହୋଇଛନ୍ତି” ଏହାସହ ଏହି ଫର୍ମୂଲାକୁ ଏକ ଉଚିତ ଔଷଧ ନିର୍ମାତା କମ୍ପାନି ହାତକୁ ଦିଆଯାଉ ବୋଲି ସଂସ୍ଥାନ ତରଫରୁ କୁହାଯାଇଛି ।

Leave A Reply

Your email address will not be published.

three + 6 =

error: Content is protected !!
Open chat