ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ବନ୍ୟାଜନିତ ଚାଷ କ୍ଷୟକ୍ଷତିର କ୍ଷେତ୍ରୀୟ ତଦନ୍ତ କଲେ କୃଷି ଅଧିକାରୀ

0 397
greentech

ଭଦ୍ରକ/ଚାନ୍ଦବାଲି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୯ : ବୈତରଣୀ ନଦୀରେ ଗତ କିଛିଦିନ ତଳେ ଆସିଥିବା ବନ୍ୟାରେେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ବିଶେଷତଃ ହଜାର ହଜାର ଚାଷୀମାନଙ୍କର ଝାଳବୁହା ପରିଶ୍ରମ ଅର୍ଜିତ ହଜାର ହଜାର ହେକ୍ଟରର ଚାଷ କାମକୁ ଉଜାଡି ଦେଇ ଚାଲିଗଲା । ତେବେ ବନ୍ୟା ଛାଡ଼ିବାର ପ୍ରାୟ ୧୨ ଦିନ ପରେ ଆଜି ଚାନ୍ଦବାଲି ବ୍ଲକର କୃଷି ଅଧିକାରୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷେତ୍ରୀୟ ତଦନ୍ତ କରିଛନ୍ତି ।

ଚାନ୍ଦବାଲି ବ୍ଲକର ଆରଡ଼ି, ନନ୍ଦପୁର, ସୁନ୍ଦରପୁର, ଓ ଓଲଗ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବା ସହ ଚାଷ ଜମିକୁ ଯାଇ ଉଜୁଡା ଚାଷ ଦେଖିଥିଲେ । ତେବେ ଚାଷୀମାନେ ନିଜ ନିଜ ଚାଷ ଜମିରୁ ପଚିଯାଇ ନଷ୍ଟ ହୋଇଯାଇଥିବା ରୁଆ ଧାନକୁ ଆଣି କୃଷି ଅଧିକାରୀଙ୍କୁ ଦେଖାଇଥିଲେ । ଏହାଛଡା ପାରାଦିଆ ଗ୍ରାମର କେବଳ ଚାଷକାମ ଉପରେ ନିର୍ଭର କରୁଥିବା ପ୍ରାୟ ୨ ଶହ ପରିବାର ଗାଁ ପାଖ ଦେଇ ଯାଇଥିବା ନାଳର ପୁନରୁଦ୍ଧାର କରିବା ପାଇଁ ଅତିରିକ୍ତ ତହସିଲଦାରଙ୍କ ନିକଟରେ ଦାବି ଜଣାଇଥିଲେ ।

Leave A Reply

Your email address will not be published.

two × 4 =

error: Content is protected !!
Open chat