ଭର୍ଚୁଆଲ ପ୍ଲାଟଫର୍ମରେ ଶୁଭାରମ୍ଭ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପଠାରେ ୪୩ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ।

0 229
greentech


କଳିଙ୍ଗ ଜ୍ୟୋତି ବ୍ୟୁରୋ : ପାରାଦ୍ୱୀପଠାରେ ମିଳିତ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପେ୍ଲସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଂଟର, ପିଏଡିସି ପ୍ରକଳ୍ପ ଶୁଭଉଦଘାଟନ ହୋଇଛି । ପିଏଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଭିନବ ଆପ୍ଲିକେଶନର ବିକାଶ କରି ଭଲ କପଡା ଓ ଟେକନିକାଲ ଟେକ୍ସଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ଆମଦାନୀକୁ ହ୍ରାସ କରିବା ।

ଏହି କେନ୍ଦ୍ର ପଲିମେରିକ ସାମଗ୍ରୀ ଓ ସମ୍ବୋଧିତ ଜିନିଷଗୁଡିକର ବିକଶିତ ଅଂଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ । ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବେ ବି କାମ କରିବ । ୫ ଏକର ଜମି ଓ ୩ ହଜାର ୩୩୪ ବର୍ଗମିଟର ବିଶିଷ୍ଟ କ୍ଷେତ୍ରରେ ଏହି ପିଏଡିସି ପ୍ରତିଷ୍ଠା କରାଯାଇଛି । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଓ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବେ ସହାୟକ ହେବ ।

Leave A Reply

Your email address will not be published.

11 + twenty =

error: Content is protected !!
Open chat