![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : କରୋନାଭାଇରସ୍ ସଂକ୍ରମଣ ମଧ୍ୟରେ ତାଙ୍କ ସରକାର କେବଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଧ୍ୟାନ ଦେଇନାହିଁ, ଅର୍ଥନୈତିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଥିବା କଥା ଗୁରୁବାର ଦିନ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ ଏକ ଭର୍ଚ୍ୟୁଆଲ୍ ସମ୍ମିଳନୀରେ କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ANI ସୂତ୍ରରୁ ପ୍ରକାଶ ଯେ, ଇଂଲଣ୍ଡ୍ରେ ଆୟୋଜିତ ଏହି ଭର୍ଚ୍ୟୁଆଲ୍ କନ୍ଫରେନ୍ସ୍ ‘ଗ୍ଲୋବାଲ୍ ଇଣ୍ଡିଆ ଉଇକ୍’ର ଉଦ୍ଘାଟନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଗୋଟିଏ ପକ୍ଷରେ ଭାରତ ବୈଶ୍ବିକ ମହାମାରୀ ବିରୋଧରେ କଠିନ ସଂଘର୍ଷ କରୁଛି। ଜନସ୍ୱାସ୍ଥ୍ୟ ଉପରେ ଯେତିକି ଧ୍ୟାନ ବଢ଼ାଉଛୁ ଅର୍ଥନୈତିକ ସ୍ୱାସ୍ଥ୍ୟ ଉପରେ ବି ସେତିକି ଧ୍ୟାନ ଦେଉଛୁ।
![](https://i0.wp.com/kalingajyoti.com/wp-content/uploads/2020/07/PM-MODI-TWEET-VACCINE.png?resize=592%2C556)
ଲକ୍ଡାଉନ୍ ଯୋଗୁଁ ଆସିଥିବା ବିଷାଦଭାବ ହଟାଇ ଅର୍ଥନୀତିକୁ ଗଭୀର ନିଦ୍ରାରୁ ଉଠାଇବା ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ଲକ୍ଡାଉନ୍ କଟକଣା କୋହଳ କରିଥିଲେ। ‘ବି ଦ ରିଭାଇଭାଲ୍: ଇଣ୍ଡିଆ ଆଣ୍ଡ୍ ବେଟର୍ ନିଉ ୱାର୍ଲଡ୍’ ଥିମ୍ ଥିବା ଏହି କାର୍ଯ୍ୟକ୍ରମରେ ୩୦ ଦେଶରୁ ୫୦୦୦ ଅଂଶଗ୍ରହଣକାରୀ ଭାଗ ନେବେ ଏବଂ ୭୫ଟି ଅଧିବେଶନରେ ବିଶ୍ବର ୨୫୦ ଜଣ ବକ୍ତା ଉଦ୍ବୋଧନ ଦେବେ।