ଭାରତର ବୈଦେଶିକ ନୀତି ନିରପେକ୍ଷ ରହିବ ବୋଲି ଆଶା କରୁଛୁ : ଚୀନ

0 344
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଚୀନ ସହ ବିବାଦ ପରେ ଭାରତ ଧୀରେ ଧୀରେ ଆମେରିକା ଢଳୁଥିବାରୁ ଆଗାମୀ ଦିନରେ ବିଶ୍ୱର ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବା ଆଶା କରାଯାଉଛି । କିନ୍ତୁ ଚୀନ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛି । ଚୀନ ପକ୍ଷରୁ ବୁଧବାର ଦିନ କୁହାଯାଇଛି ଯେ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଗୋଷ୍ଠୀ ନିରପେକ୍ଷତା ବଜାୟ ରଖିବା ଆଶା କରାଯାଉଛି ।

ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ଵାଙ୍ଗ ଓ୍ଵନବିନ କହିଛନ୍ତି ଯେ ଏକ ବହୁମୁଖୀ ବିଶ୍ୱ ବ୍ୟବସ୍ଥାରେ ଭାରତ ଏକ ପ୍ରମୁଖ ଶକ୍ତି । ପୂର୍ବ ଭଳି ଭାରତ ନିଜର ନିରପେକ୍ଷ ବୈଦେଶିକ ନୀତି ଜାରି ରଖିବା ଆଶା ଓ ବିଶ୍ୱାସ କରାଯାଉଛି ।

ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ଯେ ଭାରତ ପୂର୍ବଭଳି କୌଣସି ଶିବିରରେ ସାମିଲ ହେବ ନାହିଁ । କିନ୍ତୁ ଗୋଷ୍ଠୀ ନିରପେକ୍ଷତା ଏକ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଥିଲା ଓ ଭାରତ ସବୁବେଳେ ନିରପେକ୍ଷ ରହିବା ଆଶା କରାଯାଇପାରିବ ନାହିଁ ।
ଗତ ଜୁନ ମାସରେ ଲଦାଖର ଗଲଓ୍ଵାନଠାରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଚୀନର ମଧ୍ୟ କେତେକ ସୈନ୍ୟ ନିହତ ହୋଇଥିଲେ ।

ଏହା ପରେ ଭାରତ ନିଜ ଚୀନ ନୀତିରେ କେତେକ ବଡ଼ ପରିବର୍ତ୍ତନ ଆଣିବା ଲାଗି ପଦକ୍ଷେପ ନେଉଛି । ଏହା ସହିତ ଭାରତ ଆମେରିକା ସହିତ ଅଧିକରୁ ଅଧିକ ସାମରିକ ସହଯୋଗିତା ଆରମ୍ଭ କରିଛି ।

Leave A Reply

Your email address will not be published.

11 + eleven =

error: Content is protected !!
Open chat