ମହାରାଷ୍ଟ୍ରରେ ପୁଣି ଆରମ୍ଭ ହେବ ବଳଦଗାଡ଼ି ଦୌଡ଼, ସୁପ୍ରିମକୋର୍ଟ ଉଠାଇଲେ ନିଷେଧାଜ୍ଞା

0 421
greentech

ମୁମ୍ବାଇ ୧୬/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମହାରାଷ୍ଟ୍ରରେ ବଳଦ ଗାଡ଼ି ଦୌଡ଼ଉପରେ ଲଗାଇଥିବା କଟକଣା ଉଠାଇଦେଇଛନ୍ତି ସୁପ୍ରିମକୋର୍ଟ । ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏ ଧରଣର ଅନ୍ୟାନ୍ୟ ପାରମ୍ପରିକ କ୍ରୀଡ଼ା ଦେଶର ଅନ୍ୟ ଅଞ୍ଚଳରେ ଚାଲିଥିବାବେଳେ ମହାରାଷ୍ଟ୍ରରେ ଏହା ଉପରେ କଟକଣା ଲଗାଯିବାର କୌଣସି ଅର୍ଥ ନାହିଁ ।

ଜଷ୍ଟିସ ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଥିବା ଏକ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହି ରାୟରେ ଖଣ୍ଡପୀଠ କହିଛନ୍ତି ଯେ, ଏହା ଏକ ପାରମ୍ପରିକ କ୍ରୀଡ଼ା । ଏହା ଯଦି ଦେଶର ଅନ୍ୟ ଭାଗରେ ଚାଲିଛି, ମହାରାଷ୍ଟ୍ରରେ କେତେକ କଟକଣା ସହ ଅନୁମତି ଦେବାରେ କୌଣସି ସମସ୍ୟା ନାହିଁ ।

ଏହାକୁ ନେଇ ମହାରାଷ୍ଟ୍ର ସରକାର ସନ୍ତୋଷ ପ୍ରକାଶ କରିବା ସହ କୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ୪ ବର୍ଷ ପରେ ମହାରାଷ୍ଟ୍ରରେ ବଳଦଗାଡ଼ି ଦୌଡ଼ ପୁଣି ଆରମ୍ଭ ହୋଇପାରିବ । ସୁପ୍ରିମକୋର୍ଟ ଗତ ୨୦୧୪ରେ ଏକ ଐତିହାସିକ ରାୟ ଶୁଣାଇ ତାମିଲନାଡ଼ୁରେ ଖେଳାଯାଉଥିବା ପାରମ୍ପରିକ ଜାଲିକାଟୁକୁ ନିଷିଦ୍ଧ କରିଥିଲେ । ଏହା ସହିତ ଦେଶର ଅନ୍ୟ ଅଞ୍ଚଳରେ ହେଉଥିବା ସମାନ ପ୍ରକାରର କ୍ରୀଡ଼ାକୁ ନିଷିଦ୍ଧ କରିଥିଲେ । ଏସବୁ କ୍ରୀଡ଼ା ଦ୍ବାରା ପଶୁମାନଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି କୋର୍ଟ ଦର୍ଶାଇଥିଲେ । ତେବେ ପରେ ତାମିଲନାଡ଼ୁ ସରକାର ଆଇନରେ ସଂଶୋଧନ କରି ଏହାକୁ ଅନୁମତି ଦେଇଥିଲେ ।

Leave A Reply

Your email address will not be published.

one × two =

error: Content is protected !!
Open chat