![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: ପୂର୍ବତନ ଆୟୁଷ ନିର୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗୁରୁବାର ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟାରେ ଥିଲେ ।
![](https://i0.wp.com/kalingajyoti.com/wp-content/uploads/2020/08/download-12-1.jpg?resize=418%2C216&ssl=1)
ସୂଚନା ଅନୁଯାୟୀ, ଶ୍ରୀ ଷଡ଼ଙ୍ଗୀ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଅଶାଳୀନ ଆଚରଣ କରିବା ଓ ଯୌନ ନିର୍ଯାତନା ଦେବା ନେଇ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କୁ ଶ୍ରୀ ଷଡ଼ଙ୍ଗୀ ଫୋନରେ କରିଥିବା କଥାବାର୍ତାର ଅଡ଼ିଓକୁ ପୁଲିସ ଗ୍ରହଣ କରିବା ସହ ତାଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା।
![](https://kalingajyoti.com/wp-content/uploads/2020/08/download-11-5.jpg)
ପରେ ତାଙ୍କୁ ଭୁବନେଶ୍ବର ସେସନ ଜଜ୍ ୨ ଜଣ ଜାମିନଦାର ଓ ୧୦ ହଜାର ଟଙ୍କା ଜମା ପରେ ଜାମିନ ପ୍ରଦାନ କରିଥିଲେ । ମାତ୍ର ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ତାଙ୍କୁ ଦାୟିତ୍ବରୁ ନିଲମ୍ବିତ କରିଥିଲେ ।