
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭ : କୋଭିଡ୍ ମହାମାରୀ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଡାକ୍ତରମାନଙ୍କର ଅବସର ବୟସସୀମାକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । କରିଛନ୍ତି। କଟକ ଓ ଭୁବନେଶ୍ୱରରେ କରୋନା ସ୍ଥିତିର ସମୀକ୍ଷା କରିବା ଅବସରରେ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ୟାଡ଼ରର ଡାକ୍ତରମାନଙ୍କର ବୟସକୁ ୬୨ ରୁ ୬୫ବର୍ଷକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାସହିତ ଶ୍ରମ ଓ ଇଏସଆଇ ବିଭାଗରେ କାମ କରୁଥିବା ଇନ୍ୟୁରାନ୍ସ ମେଡିକାଲ ଅଫିସରମାନଙ୍କ ଅବସର ବୟସ ମଧ୍ୟ ୬୫ବର୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋଭିଡ ପରିସ୍ଥିତିରେ ଡାକ୍ତର ମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି OHMS କ୍ୟାଡରର ଡାକ୍ତର ମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ।

ଏହାସହିତ Labour & ESI ବିଭାଗରେ କାମ କରୁଥିବା Insurance Medical Officer ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।