ମୁଭି ମାଫିଆଙ୍କ ଠାରୁ ମୋତେ ଅଧିକ ମୁମ୍ୱାଇ ପୁଲିସ୍‌ଙ୍କୁ ଡ଼ର : କଙ୍ଗନା ରଣାୱତ

0 466
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୩୧/୦୮: ବଲିଉଡ୍‌ ସହ ଡ୍ରଗ୍‌ କନେକ୍ସନକୁ ନେଇ ଅନେକ କଥା  ଅଭିନେତ୍ରୀ କଙ୍ଗନା ରଣାୱତ  କହିଛନ୍ତି । କଙ୍ଗନା କହିଛନ୍ତି ତାଙ୍କୁ ବହୁତ ଜଣଙ୍କ ନାଁ ଜଣାଅଛି । ଯାହାଙ୍କର ଡ୍ରଗ୍‌ କନେକ୍ସନ ରହିଛି ।  

କଙ୍ଗନାଙ୍କର ଏହି ବୟାନ ପରେ  ବିଜେପି  ନେତା ରାମ କଦମ କଙ୍ଗନା ରଣାୱତଙ୍କ ପାଇଁ ସୁରକ୍ଷା ଦାବି କରିଥିଲେ । ଏହାକୁ ନେଇ ଅଭିନେତ୍ରୀ  କହିଛନ୍ତି  ତାଙ୍କୁ ମୁମ୍ୱାଇ  ପୁଲିସ୍‌ଙ୍କର ସୁରକ୍ଷା ଦରକାର  ନାହିଁ ।  ସେ କହିଛନ୍ତି  ହିମାଚଳ  ପ୍ରଦେଶ  ସରକାର ବା କେନ୍ଦ୍ର ସରକାର ସୁରକ୍ଷା ଦେଇ ପାରିବେ । କଙ୍ଗନା  କହିଛନ୍ତି  ମୁଭି  ମାଫିଆଙ୍କ ଠାରୁ  ମୁମ୍ୱାଇ  ପୁଲିସ୍‌କୁ ବହୁତ ଡ଼ର ।  

ବିଜେପି  ନେତା  ରାମ କଦମ  ମହାରାଷ୍ଟ୍ରର ସରକାରଙ୍କ ଠାରୁ ଏହି ଦାବି କରିଥିଲେ କି କଙ୍ଗନାଙ୍କୁ ସୁରକ୍ଷା ଦିଆଯାଉ । ସେ କହିଥିଲେ , ଶହେ ଘଣ୍ଟା  ଏବଂ ୪ଦିନରୁ ଅଧିକ ହୋଇଗଲାଣି କଙ୍ଗନା ରଣାୱତ  ବଲିଉଡ୍‌ ଡ୍ରଗ୍ସ ମାଫିଆଙ୍କର ଲିଙ୍କ୍ର ପର୍ଦ୍ଦାଫାଶ କରିବା ପାଇଁ ପ୍ରସ୍ତୁତ । କିନ୍ତୁ  ତାଙ୍କୁ ସୁରକ୍ଷା ଦେବା ଜରୁରୀ । ଦୁର୍ଭାଗ୍ୟ ଯେ ମହାରାଷ୍ଟ୍ର ସରକାର ଏବେ ଯାଏ କୌଣସି ସୁରକ୍ଷା  ଦେଇନାହିଁ ।

Leave A Reply

Your email address will not be published.

9 − 7 =

error: Content is protected !!
Open chat