ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ

0 386
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୨୪/୦୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି।

ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଚିତାଲାଗି ଆଳତି ଭୋଗ ପ୍ରଦାନ କରିବା ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। କରୋନା ବିଭୀଷିକା ମଧ୍ୟରେ ବିନା ଭକ୍ତରେ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବେ ସରିଥିବାରୁ ଦଇତାପତି ସେବକମାନେ ଗୁରୁଜୀଙ୍କୁ କୃତଜ୍ଞତା ଜଣାଇଥିଲେ। ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର, ସମ୍ପାଦକ ଦୁର୍ଗା ଦାସ ମହାପାତ୍ର, ବରିଷ୍ଠ ଦଇତାପତି ସେବକ ଗଣେଶ ଦାସ ମହାପାତ୍ର ପ୍ରମୁଖ ଏଥିରେ ସାମିଲ ଥିଲେ।

ଏହି ଅବସରରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ ବିଭିନ୍ନ ପ୍ରସଙ୍ଗରେ ଆଶୀର୍ବଚନ ପ୍ରଦାନ କରିଥିଲେ। ଏଥର ତିନିରଥ ଭଙ୍ଗା ନ ଯାଇ ସଂରକ୍ଷଣ କରି ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଗୁରୁଜୀ କହିଥିଲେ, ଏ ନେଇ ତାଙ୍କ ସହିତ କେହି ଆଲୋଚନା କରିନାହାନ୍ତି। ଯଦି କେହି ଏହି ପ୍ରସଙ୍ଗରେ ତାଙ୍କ ପାଖକୁ ଆସନ୍ତି ତେବେ ଶାସ୍ତ୍ରୀୟ ବିଧିବିଧାନ କ’ଣ ରହିଛି ତାହା ସେ ଅବଗତ କରାଇବେ।

Leave A Reply

Your email address will not be published.

15 − six =

error: Content is protected !!
Open chat