![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଉରକେଲାରରେ ଆଇଜିଏଚ ଖୋଲିବ ପ୍ଲାଜମା ବ୍ୟାଙ୍କ । ଏହାଦ୍ୱାରା ପଶ୍ଚିମ ଓଡିଶାର ବିିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ସୁନ୍ଦରଗଡ ଜିଲ୍ଲାର କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
![](https://i0.wp.com/kalingajyoti.com/wp-content/uploads/2020/07/igh.jpg?resize=395%2C297&ssl=1)
ଏଥିସହ ରାଉରକେଲାର କୋଭିଡ କେୟାର ସେଂଟର ଗୁଡିକର ଶଯ୍ୟା ସଂଖ୍ୟା ୭ଶହରୁ ୧୭ଶହକୁ ବୃଦ୍ଧି କରାଯିବ । ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ବର୍ତମାନ ସୁଦ୍ଧା ଡିଏମଏଫରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ୍ ହସପିଟାଲ ଓ କୋଭିଡ କେୟାର ସେଂଟର ଗୁଡିକର ଭିତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଂଠିରୁ ଆଉ ୫ କୋଟି ଟଙ୍କା ମଂଜୁର କରାଯାଇଛି ।
![](https://kalingajyoti.com/wp-content/uploads/2020/07/plasma-2.jpg)
ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ କୋଭିଡ୍ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାଜପୁର ଜିଲ୍ଲା ପ୍ରଶାସନ, ଡିଏମଏଫରୁ କୋଭିଡ୍ ପରିଚାଳନା ପାଇଁ ସାଢେ ୧୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ଜିଲ୍ଲାପାଇଁ ଆଉ ୫ କୋଟି ଟଂକା ମଂଜୁର କରାଯାଇଛି । ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ଅଧିକ ୨୫୦ ଶଯ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।