ରାଉରକେଲା, ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା

0 603
greentech

ରାଉରକେଲା (କଳିଙ୍ଗ ଜ୍ୟୋତି), ୨୯/୦୬ : ରାଉରକେଲାସ୍ଥିତ ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ରାଉରକେଲାସ୍ଥିତ ବାସ୍ତନୀ କଲୋନି ମାଲଗୋଦାମ ବସ୍ତିରେ ହରିଶ୍ଚନ୍ଦ୍ର କଣ୍ଟିଆ (୨୨) ବସବାସ କରନ୍ତି। ଗତକାଲି ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆରଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ପରେ ହରିଶ୍ଚନ୍ଦ୍ରଙ୍କୁ ସାଲାଇନ୍‌ ଦିଆଯାଇଥିଲା। ଏହାପରେ ସେ ଶୌଚାଳୟକୁ ଯାଇଥିଲେ। ଶୌଚାଳୟରୁ ଫେରିବା ପରେ ତାଙ୍କର ବାନ୍ତି ହୋଇଥିଲା। ଡାକ୍ତର ଓ ନର୍ସଙ୍କୁ ଭଉଣୀ ନିକିତା ହରିଶ୍ଚନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ। ଚିକିତ୍ସା ଅଭାବରୁ ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛିନ୍ତି।

ଚିକିତ୍ସା ଅବହେଳା ହେତୁ ହରିଶ୍ଚନ୍ଦ୍ର କଣ୍ଟିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ। ଏହି ଘଟଣାକୁ କେନ୍ଦ୍ର କରି ହସ୍ପିଟାଲ ଆଗରେ ମାଲଗୋଦାମ ବସ୍ତିର ଶତାଧିକ ଲୋକ ଧାରଣା ଦେଇଛନ୍ତି। ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଡିଏସ୍‌ପି ଅସୀମ କୁମାର ପଣ୍ଡା ଓ ରଘୁନାଥ ପାଲି ଥାନା ଅଧିକାରୀ ବିଜୟ ବିହାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ପରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.

11 + 13 =

error: Content is protected !!
Open chat